Miscreants allegedly loot ballot box at booth no 4 in Bachala Panchayat under Binjharpur block
ବୁଥ୍ରୁ ଭୋଟ୍ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍ରୁ ୪ଜଣ ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ଭୋଟ୍ ବାକ୍ସ ଉଠାଇବା ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା କାରଣରୁ ବୁଥ୍ରେ ମତଦାନ ବନ୍ଦ ରହିଥିବା ଜଣାପଡିଛି ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1645333708.jpg)
ସୂଚନା ଅନୁସାରେ, ବୁଥ୍ରେ ସକାଳୁ ଶୃଙ୍ଖଳିତ ଭାବେ ମତାମତ ଚାଲିଥିଲା । ଭୋଟିଂର କିଛି ସମୟ ପରେ ତଥା ପ୍ରାୟ ୯ଟା ୨୫ ମିନିଟ୍ରେ କିଛି ଦୁର୍ବୃତ୍ତ ଆସି ହଠାତ୍ ଗଣ୍ଡଗୋଳ କରିବା ସହ ଭୋଟ୍ ବାକ୍ସକୁ ଉଠାଇ ନେଇଥିଲେ । ୬ ନମ୍ବର ବୁଥ୍କୁ ଆସି ୪ ଜଣ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗିଦେଲେ ଯାହା ପରଠାରୁ ହିଁ ଭୋଟିଂକୁ ବନ୍ଦ କରିଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645334024.jpg)