Advertisment

ଓଡ଼ିଶା କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି।

ଅଦ୍ୟତନ ହୋଇଛି
 Congress Bhawan

Congress Bhawan

Advertisment

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। । ଭଙ୍ଗାରୁଜା ପରେ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ ମାରିଛନ୍ତି। 

Advertisment

ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ? କାହିଁକି ଏଭଳି ଭଙ୍ଗାରୁଜା ହେଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଗତ ୨୦୧୯ ନିର୍ବାଚନ ବେଳେ ବି ପ୍ରାର୍ଥୀଙ୍କ ଟିକେଟ୍ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ। ଏବେ ପୁଣି ଥରେ ପିସିସି ଅଫିସ୍‌ରେ ଏଭଳି ଘଟଣା ଘଟିଛି। 

Advertisment

ଘଟଣାକୁ ନେଇ କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି, ‘କିଏ ଏହି ଭଙ୍ଗାରୁଜା କଲା ତାହା ଆମେ ଜାଣିନୁ। ହେଲେ ରାତି ୧୦ଟା ପର୍ଯ୍ୟନ୍ତ ସେଭଳି କିଛି ଘଟଣା ଘଟି ନଥିଲା। ସେମାନେ ଯୁବ କଂଗ୍ରେସର ବୋଲି ଶୁଣିବାକୁ ମିଳୁଛି। ହେଲେ ପ୍ରକୃତର ସେମାନେ କିଏ ତାହା ସିସିଟିଭିରୁ ହିଁ ଜଣାପଡ଼ିବ। ଦୀର୍ଘ ଦିନ ହେଲା ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିବାଦ ଚାଲିଛି। ଯାହାକି କଂଗ୍ରେସ ପାର୍ଟି ପାଇଁ ମଧ୍ୟ ଏକ ପ୍ରକାରର କ୍ଷତି। କେହିବି ଏହାର ସମାଧାନ କରୁ ନାହାନ୍ତି।’

Odisha Congress Bhawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ