Advertisment

ମହିଳାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର, କହିଲେ- ‘ଭୋଟ୍‌ ଦେଇଛ ବୋଲି କ’ଣ ମୋ ପ୍ୟାଣ୍ଟ୍‌, ସାର୍ଟ ଖୋଲିଦେବ’ ?

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସଭାରେ ବିଧାୟକଙ୍କୁ ଜଣେ ମହିଳା ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଧାୟକ।

ଅଦ୍ୟତନ ହୋଇଛି
Chilika MLA Prashant Jagdev

Chilika MLA Prashant Jagdev

Advertisment

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗତ ୧୨ ତାରିଖରେ ବାଣପୁର ବ୍ଲକ୍ ନନ୍ଦପୁର ପଞ୍ଚାୟତର ମେଘାମ୍ବରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଚିଲିକା ବିଧାୟକ ଏକ ରାଜନୈତିକ ସଭା କରିଥିଲେ। ସଭାରେ ବିଧାୟକଙ୍କୁ ଜଣେ ମହିଳା ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

Advertisment

ଶୁଣିବା ପାଇଁ ଆସିଛି ଶୁଣ, ନହେଲେ ଘରକୁ ପଳାଅ ବୋଲି ସମ୍ପୃକ୍ତ ମହିଳାଙ୍କୁ ବିଧାୟକ କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭୋଟ୍‌ ଦେଇଛ ବୋଲି କ’ଣ ମୋ ପ୍ୟାଣ୍ଟ୍‌, ସାର୍ଟ ଖୋଲିଦେବ ? ଏପରି କିଛି ବିଧାୟକ କହୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। 

ଏପରିକି ଏହି ଭିଡିଓ ଉତ୍ତୋଳନ କରୁଥିବା ଜଣେ ଲୋକଙ୍କ ମୋବାଇଲ ଫୋନ୍‌କୁ ବିଧାୟକ ଛଡ଼ାଇ ନେଇଥିବାର ଭିଡିଓ ବି ରହିଛି। 

Advertisment
Viral Video MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ