Advertisment

ପୁଣି ବିବାଦରେ ମନ୍ତ୍ରୀ ପ୍ରତାପ ଜେନା, ମହିଳାଙ୍କ ଆଗରେ କହିଲେ ଅଶ୍ଲୀଳ ଭାଷା

ଆଇନ ମନ୍ତ୍ରୀ ପ୍ରତାପ ଜେନା ପୁଣି ବିବାଦ ଘେରକୁ ଆସିଛନ୍ତି । ନିଜର ଚିରାଚରିତ ଢଙ୍ଗରେ ସର୍ବସାଧାରଣ ସ୍ଥାନରେ ସେ ମହିଳାଙ୍କ ଆଗରେ ବି ଅଶ୍ଲୀଳ ଭାଷା କହିବାକୁ ସଙ୍କୋଚ କରୁନାହାନ୍ତି । କ୍ୟାମେରାରେ କଏଦ୍ ହୋଇଛି ମନ୍ତ୍ରୀଙ୍କ ଭାଷା । କଂଗ୍ରେସ କହିଛି, ମୁଖ୍ୟମନ୍ତ୍ରୀଙ୍କର ଚଏସ୍ ଏମିତି।

Pratap jena

Pratap jena

Advertisment

ମନ୍ତ୍ରୀ ପ୍ରତାପ ଜେନା ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି। ମହିଳାମାନଙ୍କ ପାଖରେ ଛିଡା ହୋଇ ସେ ଅଶ୍ଲୀଳ ଭାଷା କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଶୁଣିଲେ, ଆପଣ ନିଜେ ନିଜକୁ ଲଜ୍ଜିତ ମନେକରିବେ। କାହିଁକି ନା ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ପ୍ରତାପ ଜେନା। ତାଙ୍କ ମୁହଁରେ ଏମିତି ଭାଷାକୁ ଲୋକମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି। ଜଣେ ମହିଳା ସୋସିଆଲ ମିଡିଆରେ ଏହି ଭିଡିଓକୁ ଭାଇରାଲ୍ କରିଛନ୍ତି। ଏହି ବରିଷ୍ଠ ମନ୍ତ୍ରୀ ଯେ ଏତେ ତଳକୁ ଖସିଯାଇପାରନ୍ତି, ତାହା ଲୋକଙ୍କ କଳ୍ପନାର ବାହାରେ। ଏଭଳି ଭାଷା ଅଶିକ୍ଷିତ ଲୋକମାନେ ମଧ୍ୟ କହିବାକୁ କୁଣ୍ଠାବୋଧ କରନ୍ତି।

Advertisment

କ’ଣ କହିଛନ୍ତି ମନ୍ତ୍ରୀ?

ଏହି ଭିଡିଓ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ନବୀନ ବାବୁଙ୍କର ଆଇନ୍ ମନ୍ତ୍ରୀ। ଜଣେ ମନ୍ତ୍ରୀ ହୋଇ ସେ ସବୁ ସୀମା ଟପି ଯାଇଛନ୍ତି। ଏହି ଭିଡିଓରେ ସେ କେଉଁଠି ଓ କାହା ପ୍ରତି ଏହି ଅଶ୍ଲୀଳ ଭାଷା ପ୍ରୟୋଗ କରିଛନ୍ତି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡୁନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, ଏହି ଘଟଣା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୌଣସି ଏକ ସ୍ଥାନରେ ଘଟିଛି। ସେହି ସ୍ଥାନରେ ତାଙ୍କୁ ଘେରି ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଛନ୍ତି। ଅନେକ ମହିଳା ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖରେ ଛିଡା ହୋଇଛନ୍ତି। ମନ୍ତ୍ରୀ କହୁଛନ୍ତି, ‘ଅଙ୍ଗନବାଡି ବାଲାଙ୍କୁ ଖାଲି ଚାଉଳ ଦେବ, ଆଉ ହେଲପର ବାଲାଙ୍କୁ ଚାଉଳ ନାଇଁ, ଆଶା ବାଲାଙ୍କ ପାଇଁ ଚାଉଳ ନାଇଁ ..... ରାଜନୀତି କରୁଚ…..?

ତେବେ ସମସ୍ତଙ୍କ ଆଗରେ, ଲୋକ ଗହଳି ଭିତରେ ନବୀନଙ୍କ ଆଇନ୍ ମନ୍ତ୍ରୀ ଯାହା କହିଛନ୍ତି, ଖୋଲାଖୋଲି ଭାବେ ତାହା ଏଠି ଲେଖିବା ସମ୍ଭବ ନୁହେଁ। ଏଭଳି ଭାଷା କୌଣସି ସ୍ଥାନରେ ବି କହି ହେବନାହିଁ କିମ୍ବା ଲେଖି ହେବନାହିଁ। କାରଣ ତାହା ଅଶ୍ଳୀଳ ଶବ୍ଦ। କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ସର୍ବସାଧାରଣ ସ୍ଥାନରେ ଏଭଳି କହିଛନ୍ତି। ତାହା ପୁଣି ମହିଳାମାନଙ୍କ ସାମନାରେ। ଏହା କହି ସାରିବା ପରେ ମନ୍ତ୍ରୀ ଜାଣିଗଲେ, କେହି ଜଣେ ତାଙ୍କ କଥାକୁ ଶୁଟିଂ କରୁଛନ୍ତି। ତେଣୁ କିଛି ନକହି ଚୁପଚାପ୍ ଚାଲି ଯାଉଛନ୍ତି। ଭିଡିଓରେ ଏହା ହିଁ ସ୍ପଷ୍ଟ ଭାବେ ଜଣାପଡୁଛି। କିନ୍ତୁ ଏଭଳି କଥା କହି ସେ ଟିକିଏ ବି ଅନୁତପ୍ତ ଥିଲା ପରି ଜଣାପଡୁ ନାହାନ୍ତି। ଯେମିତି ଏହା ତାଙ୍କର ଅଭ୍ୟାସଗତ।

Advertisment

ପ୍ରତାପଙ୍କ ତୁଣ୍ଡରେ ନାହିଁ ତୁଣ୍ଡି

ଏହି ଭିଡିଓଟି ଭାଇରାଲ ହେବା ପରେ, ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ପ୍ରବଳ ବର୍ଷିଛି କଂଗ୍ରେସ। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଯେଉଁ ଲୋକର ଭାଷା ଉପରେ କଣ୍ଟ୍ରୋଲ ନାହିଁ, ଯିଏ ଖରାପ ଭାଷା କହନ୍ତି, ସେହିଭଳି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ନେଇଛନ୍ତି। ଏହା ସେ ବିଚାର କରିବା କଥା। ପ୍ରତାପ ପୂର୍ବରୁ ମଧ୍ୟ ଏହି ଭଳି କଥାବାର୍ତ୍ତା କରିଥିଲେ। ଏଠି କଥା ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ଚୟନ ଏଇ ଭଳିଆ। ଯେଉଁ କ୍ୟାବିନେଟ୍ ମନ୍ତ୍ରୀ ପ୍ରେସକୁ ସରକାରଙ୍କ ତରଫରୁ ବ୍ରିଫ୍ କରୁଛନ୍ତି, ତାଙ୍କର ତାଙ୍କ ଜିଭ ଉପରେ କଣ୍ଟ୍ରୋଲ ନାହିଁ ବୋଲି ଦେବାଶିଷ କହିଛନ୍ତି। ଏହି ଘଟଣାକୁ ସେ ଅତି ଦୁଃଖଦାୟକ ଓ ଲଜ୍ଜାଜନକ ବୋଲି କହିଛନ୍ତି।

ମନ୍ତ୍ରୀଙ୍କ ଭାଷାକୋଷରେ ନାହିଁ ଶାଳୀନତା

ଏହି ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ ପ୍ରତାପ ଜେନା ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି। ପୂରୀର ଜଣେ ମହିଳା ଶତରୂପା ମିଶ୍ର ଏହି ଭିଡିଓକୁ ଟୁଇଟ୍ କରି ମନ୍ତ୍ରୀଙ୍କ ଭାଷା ପ୍ରୟୋଗ ସଂପର୍କରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ସେ କହିଛନ୍ତି ଜଣେ ଆଇନ ମନ୍ତ୍ରୀ ଯିଏକି ଗଣତନ୍ତ୍ରର ସେବକ ଓ ସମ୍ୱିଧାନର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଛନ୍ତି, ଏମିତି ଭାଷା ପ୍ରୟୋଗ କରି ସାରା ଦେଶରେ ଓଡିଶାର ଛବିକୁ ଲଜ୍ଜିତ କରୁଛନ୍ତି । ଗୁଣ୍ଡା ଲଗାଇ ମହାଙ୍ଗାରେ ଡବଲ୍ ମର୍ଡର କରାଇଥିବାର ଅଭିଯୋଗ ତାଙ୍କ ନାଁରେ ରହିଛି । ସେ ସର୍ବସାଧାରଣ ସ୍ଥାନରେ ମହିଳାମାନଙ୍କ ଆଗରେ ଅଶ୍ରାବ୍ୟ ଭାଷା କହିଛନ୍ତି । ଓଡିଶା ବାସୀ ଚିନ୍ତା କରନ୍ତୁ ଏହା କି ପ୍ରକାର ବ୍ୟବହାର ଓ ଓଡିଶା ରାଜନୀତିର କି ପ୍ରକାର ସ୍ଥିତି ବର୍ତ୍ତମାନ ବୋଲି ସେ ପ୍ରଶ୍ନ କରିଛନ୍ତି । ଶାଳୀନତା ଓ ସଂଯମତା ମନ୍ତ୍ରୀଙ୍କ ଭାଷାକୋଷରେ ନାହିଁ । ଏବେ ଦଣ୍ଡବିଧାନ ହେଉନଥିବାର ଅଭିଯୋଗ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ।

ତେବେ ଏ ସଂପର୍କରେ ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏଭଳି ଭିଡିଓ ମୋ ଦୃଷ୍ଟିକୁ ଆସିନାହିଁ।

Minister Pratap Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ