Members of Mo Dal stage demonstration in front of Odisha Assembly
ବିଧାନସଭା ଘେରିଲା ‘ମୋ ଦଳ’। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ବିରୋଧ କରି ‘ମୋ ଦଳ’ ବିଧାନସଭା ଘେରାଉ କରିଛି। ବିଧାନସଭା ସମ୍ମୁଖରେ ‘ମୋ ଦଳ’
ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ପ୍ରତିବାଦ କରିଥିଲେ । ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ସଦସ୍ୟ ଉଦ୍ୟମ କରିଥିଲେ। ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।
କିଛି ଆନ୍ଦୋଳନକାରୀ ସଦସ୍ୟଙ୍କୁ ସୁରକ୍ଷାକର୍ମୀ ଉଠାଇ ନେଇଥିଲେ। ଯଦି ସଚିବ ସବୁ କରିବେ ତା’ହେଲେ ବିଧାନସଭା କାହିଁକି ଚାଲିବ ବୋଲି ‘ମୋ ଦଳ’ ପ୍ରଶ୍ନ କରିଛି। ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ବିଭିନ୍ନ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ନେତା, ମନ୍ତ୍ରୀଙ୍କ ଦେଖା ମିଳୁନି।
ତେଣୁ ନିର୍ବାଚିତ ପ୍ରତିନିଧିମାନେ କାହିଁକି ବିଧାନସଭାରେ ବସିବେ ବୋଲି ‘ମୋ ଦଳ’ ପ୍ରଶ୍ନ କରିଛି। ଖବର ଲେଖାଯିବା ସୁଦ୍ଧା ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1695355224.jpg)