Advertisment

ଡଙ୍ଗରିଆ କନ୍ଧ ଉଠାଇନେଲେ ଭୋଟ୍ ବାକ୍ସ

କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ ।

ଅଦ୍ୟତନ ହୋଇଛି
dangaria

dangaria

Advertisment

ଭୋଟର ଲିଷ୍ଟରେ ନାଁ ନଥିବାରୁ ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ପ୍ରତିବାଦ । କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ । ଉପର ଓ ତଳ ମୁଶୁଡ଼ିର ଶହେ ଲୋକଙ୍କ ନାଁ ଲିଷ୍ଟରେ ନଥିବା ଅଭିଯୋଗ ହୋଇଛି ।

Advertisment

ସେହିପରି ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍‌ରୁ ୪ଜଣ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଭୋଟ୍‌ ବାକ୍ସ ଉଠାଇବା ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତେଜନା କାରଣରୁ ବୁଥ୍‌ରେ ମତଦାନ ବନ୍ଦ ରହିଥିବା ଜଣାପଡିଛି ।

ଅନ୍ୟପଟେ ଆଜି ଯାଜପୁରରେ ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ପୁଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପସ୍ଥିତ ପୁଲିସ ଅଟକାଇବାରୁ ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଟେକାପଥର ମାଡ଼ କରିଥିଲେ।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ