Advertisment

ତାମିଲନାଡୁ ରାଜନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନର ଆଭାସ,ଆନ୍ନାମଲାଇ ହୋଇପାରନ୍ତି ଗେମ୍ ଚେଞ୍ଜର୍

ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।

ଅଦ୍ୟତନ ହୋଇଛି
AIADMK Cuts Ties With BJP

Tamil Nadu

Advertisment

କେ. ଆନ୍ନାମଲାଇ। ତାମିଲନାଡ଼ୁ ବିଜେପି ରାଜ୍ୟ ସଭାପତି। ଦକ୍ଷିଣ ଭାରତ ରାଜନୈତିକ ଆକାଶରେ ସେ ଜାଜୁଲ୍ୟମାନ ତାରକା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ପାରମ୍ପରିକ ଦ୍ରାବିଡ ରାଜନୀତିକୁ ପ୍ରତିହତ କରିବାରେ ଆନ୍ନାମଲାଇ ହେବେ ବିଜେପିର ଆମୋଘ ଅସ୍ତ୍ର । ଯୁବ, ପ୍ରତିଭାବାନ, ନିର୍ଭିକ ଓ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ। ସାଂପ୍ରତିକ ରାଜନୀତି ପାଇଁ ଆବଶ୍ୟକ ସବୁ ଗୁଣ ତାଙ୍କ ନିକଟରେ ରହିଛି। ସେ ତାମିଲନାଡୁରେ ବିଜେପି ପାଇଁ ସୃଷ୍ଟି କରିଛନ୍ତି ନୂଆ ସମ୍ଭାବନା। ଅନ୍ୟ ରାଜ୍ୟର ବିଜେପି ନେତା ଆନ୍ନମଲାଇଙ୍କ ଶୈଳୀ ଆପଣାଇବାକୁ ମତ ବି ଉଠିଲାଣି।

Advertisment

ଦୀର୍ଘ ଦଶନ୍ଧି ପରେ ତାମିଲନାଡୁ ଦ୍ରାବିଡ ରାଜନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନର ଆଭାସ। କାରଣ ବର୍ଷ ବର୍ଷ ଧରି ଏଠିକାର ରାଜନୀତିରେ ରହିଆସିଛି ଦୁଇ ଦ୍ରାବିଡ ଦଳ ଡିଏମକେ ଓ ଏଆଇଟିଏମକେର ଦବଦବା। ମାତ୍ର ଆଇପିଏସ ଚାକିରି ଛାଡ଼ି ରାଜନୀତିକୁ ଲମ୍ଫ ଦେଇଥିବା ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ଆବିର୍ଭାବ ପୁରା ସମୀକରଣକୁ ବଦଳାଇ ଦେବ ବୋଲି କୁହାଯାଉଛି। ଆକ୍ରମଣାତ୍ମକ ମୁଦ୍ରା ଓ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଆନ୍ନାମଲାଇଙ୍କ ଲୋକପ୍ରିୟତା ବଢାଇବାରେ ଲାଗିଛି।

ରାଜ୍ୟର ଯୁବ ଭୋଟର ତାଙ୍କ ତାଙ୍କ ଦୃଷ୍ଟିଭଙ୍ଗୀ ପ୍ରତି ଆକୃଷ୍ଟ ହେଉଛନ୍ତି। ତାଙ୍କ ସଭାସମିତିରେ ଭୋଟରଙ୍କ ପ୍ରବଳ ଭିଡ଼ ତାଙ୍କ ବଢୁଥିବା ଲୋକପ୍ରିୟତାର ପ୍ରମାଣ। ତାଙ୍କ ଦୁର୍ନୀତି ବିରୋଧୀ ଅଭିଯାନର ଫଳ ସ୍ୱରୂପ ଷ୍ଟାଲିନ ସରକାରର ଦୁଇ ମନ୍ତ୍ରୀ ପି. ଥିଆଗ ରାଜନ ଓ ସେନ୍ଥିଲ ବାଲାଜୀଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଅନ୍ୟପକ୍ଷରେ ସନାତନ ହେଉ କି ଭାରତ ବନାମ ଇଣ୍ଡିଆ। ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।

Advertisment

୨୦୨୪ ସାଧାରଣ ନିର୍ବାଚନରେ ଦକ୍ଷିଣରେ ପଦ୍ମ ଫୁଟାଇବା ଚକ୍କରରେ ରହିଛି ବିଜେପି। ୫ଟି ଦକ୍ଷିଣ ଭାରତୀୟ ରାଜ୍ୟରୁ ଶହେ ଆସନ ଜିତିବାକୁ ଦଳ ଟାର୍ଗେଟ ରହିଛି। ସେ ଦୃଷ୍ଟିରୁ ୩୯ଲୋକସଭା ଆସନ ବିଶିଷ୍ଟ ତାମିଲନାଡୁ ବିଜେପି ପାଇଁ ବିଶେଷ ଗୁରୁତ୍ୱ ରଖୁଛି। ପୂର୍ବରୁ ଏଠାରେ ବିଜେପି ଜୁନିୟର ପାର୍ଟନର ଭାବେ ଡିଏମକେ କିମ୍ବା ଏଆଇଡିଏମକେ ସହ ନିର୍ବାଚନ ଲଢିଛି।

ମାତ୍ର ଏବେ ବିଜେପିକୁ ନିଜଗୋଡରେ ଠିଆ କରାଇବାକୁ ପାଗ ଭିଡିଛନ୍ତି ଆନ୍ନାମଲାଇ। ଦୁର୍ନୀତିଗ୍ରସ୍ତ ଡିଏମକେ ଓ ଏଆଇଡିଏମକେ ସହ କୌଣସି ମେଣ୍ଟ ନକରିବାକୁ ସେ ହିଁ ଦଳୀୟ ହାଇକମାଣ୍ଡଙ୍କ ପାଖରେ ଦାବି ରଖିଆସୁଥିଲେ। ଏଣେ ଏଆଇଡିଏମକେ, ଏନଡିଏରୁ ଓହରିଯିବା ପରେ ନିଜ ଷ୍ଟ୍ରାଟେଜିଙ୍କୁ କାର୍ଯ୍ୟକାରୀ କରିବା ଲାଗି ଆନ୍ନାମଲାଇଙ୍କ ପାଇଁ ସୃଷ୍ଟି କରିଛି ସୁବର୍ଣ୍ଣ ସୁଯୋଗ।

Advertisment

ମିଶନ ମୋଡରେ ଥିବା ଆନ୍ନାମଲାଇ ବିଜେପିକୁ ବିକଳ୍ପ ଭାବେ ଠିଆ କରାଇବା ଦିଗରେ ଆଗେଇ ଚାଲିଛନ୍ତି। ବିଜେପି ତାମିଲନାଡୁ ରାଜନୀତିରେ ଶିରୋନାମା ସାଜିବା ଓ ରାଷ୍ଟ୍ରବାଦ ରାଜନୀତିକୁ ନେଇ ରାଜ୍ୟରେ ଚର୍ଚ୍ଚାରୁ ପରିବର୍ତ୍ତନର ହାୱା ବୋହିବା ଆରମ୍ଭ କରିଥିବା ସ୍ପଷ୍ଟ ବାରି ହେଉଛି। ତାମିଲନାଡୁ ଗଣମାଧ୍ୟମ ମଧ୍ୟ ଆନ୍ନାମଲାଇ ଶୈଳୀ ରାଜନୀତିକୁ ପ୍ରଧାନ୍ୟ ଦେବା ଆରମ୍ଭ କରିଛି। ସେ ଖବର କାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଚତୁର୍ଥ ପୃଷ୍ଠାକୁ ଘୁଞ୍ଚି ଯାଇଛନ୍ତି। ତେବେ ତାଙ୍କ ଫାୟାରବ୍ରାଣ୍ଡ ପଲିଟିକ୍ସକୁ ରାଜ୍ୟର ଜନତା କେତେ ଗ୍ରହଣ କରୁଛନ୍ତି ୨୦୨୪ ଫଳାଫଳରୁ ତାର ଇଙ୍ଗିତ ମିଳିବ।...

Tamil Nadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ