Advertisment

'ବିଜେଡିରେ ରହି କେହି ଖୁସି ନାହାନ୍ତି .. ସମସ୍ତେ ଭୟ, ଆତଙ୍କରେ ଅଛନ୍ତି’

ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଅଦ୍ୟତନ ହୋଇଛି
Manmohan Samal

Manmohan Samal

Advertisment

ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକ ଦଳରେ ଅଣନିଶ୍ୱାସୀ । ବିଜେଡିରେ ରହି କେହି ଖୁସି ନାହାନ୍ତି । ସମସ୍ତେ ଭୟ, ଆତଙ୍କରେ ଅଛନ୍ତି । ତେଣୁ ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେହି ଦିଶୁନାହାନ୍ତି । ଓଡ଼ିଶାରେ ବିଚିତ୍ର ସ୍ଥିତି ଉପୁଜିବା ସହ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି । 'ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଲୋକେ ସ୍ଥିର କରିଛନ୍ତି । ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି । ଗଞ୍ଜାମକୁ କେନ୍ଦ୍ରର ବହୁ ଅନୁଦାନ ଆସିଛି, କିନ୍ତୁ ବିକାଶ ହୋଇନି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ୍ କାର୍ଯ୍ୟକାରୀ ହୋଇନି ବୋଲି ସେ ଅଭିଯୋଗ କରିଛନ୍ତି । 5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଅଭିଯୋଗ ଆସୁଥିବା ଘଟଣାକୁ ନେଇ ସମାଲୋଚନା କରିଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୨୦୧୯ ଫନି ବାତ୍ୟାର କ୍ଷୟକ୍ଷତି ମିଳିନି କହି ସେ କଟାକ୍ଷ କରିଛନ୍ତି । ତେବେ ମନମୋହନଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

Advertisment

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶାରେ ଏବେ ଗୁମସ୍ତା ଶାସନ ଚାଲିଛି, ଗଣତନ୍ତ୍ର ଲୋପ ପାଇଛି । ତଥ୍ୟ ଭିତ୍ତିକ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି ।  

Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ