ଆଗକୁ ବିଜେଡି ଛାଡ଼ିପାରନ୍ତି ବହୁ ନେତା, ଏକଛତ୍ରବାଦ ଶାସନରେ ଅଛନ୍ତି ଅସନ୍ତୁଷ୍ଟ: ମମତା ମହାନ୍ତ

ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ବିଜେଡି ନେତାମାନେ ଦଳ ଛାଡିବା ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।

Mamata Mohanta

ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ । ସେମାନଙ୍କୁ ଦଳରେ ଅଣଦେଖା କରାଗଲା । ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ, ହୁଏତ ଆଗକୁ ଅନେକ ଆସିପାରନ୍ତି ବୋଲି ବିଜେଡି ନେତାମାନେ ଦଳ ଛାଡିବା ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ । ନିକଟରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ମମତା କହିଛନ୍ତି, କିଏ ଆସିବେ କିଏ ଯିବେ ତାହା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର । ଦେଢ଼ ବର୍ଷରୁ ଅଧିକ ସମୟ ହେବ ମୁଁ ଦଳ ଛାଡ଼ିବା ନେଇ ନିଷ୍ପତି ନେଇଥିଲି । ଏବେ ବି ବିଜେଡ଼ିର ଫାଉଣ୍ଡର ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ, ସେମାନେ ଏବେ ସେହି ଦଳରେ ନାହାନ୍ତି । କିଛି ନେତା 
ମ୍ୟାନେଜ କରି ଦଳରେ ରହି ଯାଉଛନ୍ତି । ସମୟ ଆସିଲେ ଆପଣ ସବୁ ଜାଣିପାରିବେ ବୋଲି କହିଛନ୍ତି ମମତା ମହାନ୍ତ ।

ମମତା ମହାନ୍ତଙ୍କ ପରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମଧ୍ୟ ବିଜେଡିକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବାପରେ ବିଜେଡି ଉପରେ ବର୍ଷିଥିଲେ ସୁଜିତ୍ । ସେପଟେ ନେତା ଦଳ ଛାଡ଼ୁଥିବା ନେଇ ବିଜେଡିରେ ମଧ୍ୟ ବଡ଼ ହଲଚଲ୍ ଦେଖାଦେଇଛି । କୌଣସି ପ୍ରଭାବ ପଡ଼ିବନି କହି କିଛି ମୁଖପାତ୍ର ମୁହଁ ଫୁଟାଣି ମାରୁଥିବାବେଳେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ବଡ ବୟାନ । 

ସେ କହିଛନ୍ତି, "ସାଂସଦମାନେ ଦଳ ଛାଡିଲେ ବଡ ପ୍ରଭାବ  ପଡ଼ିବ । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ଅଧିକ ତର୍ଜମା ହେବା ଦରକାର । କେହି ବ୍ୟକ୍ତିଗତ ଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତି ଯଦି ଦଳ ଛାଡିବେ ତାହାଲେ ଦଳ ଉପରେ ନିଶ୍ଚିତ ପ୍ରଭାବ ପଡିବ ।" ମୋ ପାଖେ ତଥ୍ୟ ନାହିଁ, କିଏ ଆଉ ଦଳ ଛାଡିବେ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି କହିଛନ୍ତି ଅମର ପ୍ରସାଦ ଶତପଥୀ ।