Advertisment

ମଣିପୁର ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ‘INDIA’ ମେଣ୍ଟ: ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦେଲେ ଦାବିପତ୍ର

ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।

ଅଦ୍ୟତନ ହୋଇଛି
 Opposition MPs from the INDIA bloc submitted a memorandum to the governor

Opposition MPs from the INDIA bloc submitted a memorandum to the governor

Advertisment

ମଣିପୁର ହିଂସାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ଆଜି ମଣିପୁର ରାଜ୍ୟପାଳଙ୍କୁ ଭେଟିଛନ୍ତି ବିରୋଧୀ ଇଣ୍ଡିଆ ମେଣ୍ଟ। ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ର ଦେବା ସହିତ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେପଟେ ବିଜେପି କହିଛି, ମଣିପୁରକୁ ପର୍ଯ୍ୟଟନରେ ଯାଇଛନ୍ତି ବିରୋଧୀ। ମଣିପୁରରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ। କାଲି ଗ୍ରାଉଣ୍ଡ ଜିରୋକୁ ଯାଇ ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଆଜି ମଣିପୁର ରାଜ୍ୟପାଳଙ୍କୁ ଭେଟିଛନ୍ତି।

Advertisment

ରାଜଭବନରେ ମଣିପୁର ରାଜ୍ୟପାଳ ଅନୁସୂୟା ୱିକିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ। ତାସହ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ଇଣ୍ଡିଆ ମେଣ୍ଟର ୨୧ ସଦସ୍ୟ। ଗତ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ କେନ୍ଦ୍ରର ଡବଲ୍ ଇଞ୍ଜିନ ସରକାର ଏହାକୁ ପ୍ରଶମିତ କରିବାକୁ କିଛି ପଦକ୍ଷେପ ନେଉନଥିବା କଂଗ୍ରେସ ଅଭିଯୋଗ କରିଛି।

ଗୋଟେ ପଟେ ମଣିପୁର ଯାଇ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି ବିରୋଧୀ ମେଣ୍ଟର ସଦସ୍ୟ। ଅନ୍ୟପଟେ ଏହାକୁ ସମାଲୋଚନା କରିଛି ବିଜେପି। ସେମାନେ ମଣିପୁରକୁ ଟୁରିଜିମରେ ଯାଇଛନ୍ତି ଏବଂ କେବଳ ରାଜନୈତିକ ମାଇଲେଜ୍ ପାଇଁ ଯାଇଥିବା କଟାକ୍ଷ କରିଛନ୍ତି ବିଜେପି ନେତା।

Advertisment

ଗତକାଲି ଇଣ୍ଡିଆ ମେଣ୍ଟର ସଦସ୍ୟ ହିଂସା ପ୍ରଭାବିତ ରହୁଥିବା ସରକାରୀ ରିଲିଫ କ୍ୟାମ୍ପକୁ ଯାଇଥିଲେ। ପୀଡ଼ିତଙ୍କ ସହ କଥାବାର୍ତ୍ତା ହୋଇ ସୁଖଦୁଃଖ ବୁଝିଥିଲେ। ସେପଟେ ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା, ଯୌନ ଉତ୍ପୀଡ଼ନ ଓ ତାର ଭିଡିଓ ସୁଟିଂ କରି ଭାଇରାଲ୍ କରିବା ଘଟଣାର ତଦନ୍ତ କରୁଛି ସିବିଆଇ।

Manipur Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ