Odisha BJP president Samir Mohanty
ଭୁବନେଶ୍ୱର: ମହାଲିଙ୍ଗ ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ, ସିବିଆଇ ତଦନ୍ତ ହେବ କି ନାହିଁ, ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରନ୍ତୁ। ଘରୋଇ ଅନୁଷ୍ଠାନକୁ ସରକାରୀ ଅନୁଦାନ କିପରି ଗଲା ? କିପରି ଗୋବିନ୍ଦଙ୍କ ଅନୁଷ୍ଠାନକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଦିଆଗଲା, ଏସବୁ ଉତ୍ତର ମାଗିଛନ୍ତି ସମୀର ମହାନ୍ତି।
ସେପଟେ କଂଗ୍ରେସ ଅଭିଯୋଗ କରିଛି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଛତ୍ର ଛାୟାରେ ଗୋବିନ୍ଦ ସାହୁ ତାର କଳା କାରନାମା ଚଳାଇଥିଲା। ତାକୁ ଜାଣିଶୁଣି ଫେରାର କରାଯାଇଥିଲା। ହଠାତ୍ ସେ ଆଖୁ କିଆରିରୁ ଧରାପଡ଼ିବା ସନ୍ଦେହ ସୃଷ୍ଟି କରିଛି ବୋଲି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଗୋବିନ୍ଦର କଲ୍ ଡିଟେଲ୍ସ ଯାଞ୍ଚ ଦାବି ସହିତ ରାଜ୍ୟପାଳ ଆର୍ଟିକିଲ ୧୫୪, ୧୫୯ ଅନୁସାରେ ନିଜ କ୍ଷମତାର ଉପଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ପୂର୍ବରୁ ପ୍ରତାପ ଜେନା, ପ୍ରଶାନ୍ତ ଜଗଦ୍ଦେବ ଅନେକ ବିବାଦରେ ଜଡ଼ିତ ଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଦେବାଶିଷ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
Also Read
ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀମାନେ ଏପରି ନିର୍ବାଚନ ଚାଲ୍ ଖେଳୁଛନ୍ତି। ସରକାରଙ୍କୁ ବଦ୍ନାମ କରୁଛନ୍ତି। ରାଜ୍ୟ ସରକାର ସବୁବେଳେ ନ୍ୟାୟ ପ୍ରଦାନ କରିବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ବିଜେଡି ନେତା ବ୍ୟୋମକେଶ ରାୟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us

