Advertisment

ମମିତା ହତ୍ୟା ଘଟଣା : ଆଜି ବୁଦ୍ଧିଜୀବୀ ସମ୍ମିଳନୀ କରିବ ବିଜେପି

ମମିତାଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଆଜି ବିଜେପି କରିବ ବୁଦ୍ଧିଜୀବୀ ସମ୍ମିଳନୀ

BJP

BJP

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ପ୍ରତ୍ୟେକ ଦିନ ବିରୋଧୀ ବିଜେପି ବିରୋଧ ପ୍ରଦର୍ଶନ କରିବା ସହ ବିକ୍ଷୋଭ ମଧ୍ୟ କରୁଛନ୍ତି। ଆଉ ଏହାରି ମଧ୍ୟରେ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ ବି କରୁଛନ୍ତି ବିରୋଧୀ। ଗୋଟିଏ ନାରା ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ନ କରାଯାଇଛି ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ।

Advertisment

ସୂଚନା ଅନୁସାରେ, ମମିତାଙ୍କୁ ନ୍ୟାୟ ପ୍ରସଙ୍ଗରେ ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀ କରିବ ବିଜେପି । ରାଜ୍ୟରେ ମହିଳା ହିଂସା, ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ବୀଭତ୍ସ ଘଟଣା ବୃଦ୍ଧି ପାଉଛି। ହେଲେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ବୋଲି ଏନ୍ସିଆରବି ରିପୋର୍ଟରୁ ଦର୍ଶାଇ ଟାର୍ଗେଟ କରିଛି ବିଜେପି । ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତା ମାନେ ପ୍ରତ୍ୟକ୍ଷ ଭାବେ ଏହି ସବୁ ଘଟଣାରେ ସଂପୃକ୍ତ ରହୁଥିବା ବେଳେ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ମମିତା ହତ୍ୟାକାଣ୍ଡକୁ ଉଦାହରଣ ଭାବେ ଦର୍ଶାଇଛି ଦଳ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ମୁଖ୍ୟମନ୍ତ୍ରୀ ମଞ୍ଚରେ ବସିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି ।

ଦାୟିତ୍ୱବାନ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟି ଏହା ବିରୋଧରେ ଆନ୍ଦୋଳନ ଚାଲୁ ରଖିଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଜି ରାଜ୍ୟ ବିଜେପି ତରଫରୁ ବୁଦ୍ଧିଜିବୀ ସମ୍ମିଳନୀ ଅନୁଷ୍ଠିତ ହେବ । ମମିତାଙ୍କୁ ନ୍ୟାୟ ପ୍ରସଙ୍ଗ ଆଲୋଚନା ଚକ୍ରରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି।

Advertisment
BJP Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ