Advertisment

ଜୋର ଧରୁଛି ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି,୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।

ଅଦ୍ୟତନ ହୋଇଛି
Sambalpur  Bandh

Sambalpur Bandh

Advertisment

ଭୁବନେଶ୍ୱର: କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। 

Advertisment

ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାତ୍ରୀ ପରିବହନ, ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ କାର୍ଯ୍ୟାଳୟକୁ ବି ବନ୍ଦ କରାଯାଇଛି। ତେବେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ମମିତା ହତ୍ୟା ମାମଲାରେ ସିବିଆଇ ତଦନ୍ତ କରିବାକୁ ଜୋର ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଜେପି ଦାବି କରିଛି। ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି। ବନ୍ଦକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଅନ୍ୟାନ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବେ ବିରୋଧୀ। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଘେରାଉ କରାଯିବ। ସେପଟେ, ଏହି ପ୍ରସଙ୍ଗକୁ ନେଇ ଆଜି ପୋଲିସ ଡିଜିଙ୍କ ଅଫିସ ସହ ନବୀନ ନିବାସ ଘେରାଉ କରିବ କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବା କାର୍ଯ୍ୟକ୍ରମ ରହିଛି।  

Advertisment

ଅନ୍ୟପକ୍ଷେ, ରାଜ୍ୟ ବିଜେପିର ଏକ ଟିମ୍‌ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ୧୫ ଜଣିଆ ପ୍ରତିନିଧି ଦଳ ଆଜି ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମମିତାଙ୍କ ପରିବାରକୁ ଭେଟିବାକୁ ତାଙ୍କ ଗାଁକୁ ଯିବେ ବିଜେପିର ଏହି ଟିମ୍‌। ବିଜେପିର ଏହି ଟିମ୍‌ରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ, ସଙ୍ଗୀତା ସିଂହଦେଓ, ମୋହନ ମାଝୀ, ମୁକେଶ ମହାଲିଙ୍ଗ ପ୍ରମୁଖ ଅଛନ୍ତି। 

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବି ମମିତା ହତ୍ୟା ମାମଲାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି ଦଳ। ଅଭିଯୁକ୍ତ ସହ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବି କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍ ତାକୁ ନେଇ ପ୍ରଶ୍ନ କରିଛି ବିଜେପି। ଗତକାଲି ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ନିକଟରୁ ବଡ଼ବଜାର ଯାଏ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। 

Advertisment
Dibyashankar Mishra Sambalpur Bandh BJP Mamita Murder Case Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ