BJP Mahila Morcha activists
ଭୁବନେଶ୍ୱର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ ମହିଳା ମୋର୍ଚ୍ଚାର ନେତ୍ରୀମାନେ କ୍ୟାପିଟାଲ ଥାନା ଭିତରକୁ ଯାଇଥିଲେ। ଏହି ସମୟରେ ପୋଲିସ ଅଟକାଇବା ବେଳେ ଥାନା ଭିତରକୁ ଧସେଇ ପଶି ଥାନା ଭିତରେ ନାରାବାଜି କରିଥିଲେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନାରାବାଜି କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା।
ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆଡକୁ ଅଙ୍ଗୁଳି ଉଠାଇଛି। ବିଜେଡି ଏହି ପ୍ରସଙ୍ଗକୁ ନେଇ ନୀଚ ରାଜନୀତି କରୁଛି ବୋଲି ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କୁ ଘଣ୍ଟ ନ ଘୋଡ଼ାଇ ତାଙ୍କ ଇସ୍ତଫା ସହ ଘଟଣାରେ ସିବିଆଇ ତଦନ୍ତ ହେଲେ ମୃତ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ବିଜେପି ଯୁବ ମୋର୍ଚ୍ଚା କହିଛି।
Also Read
ଅନ୍ୟପକ୍ଷେ, ମମିତା ମେହେର ହତ୍ୟା ମାମଲାକୁ ନେଇ ଭବାନୀପାଟଣାରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ଼ କରିଛନ୍ତି ଯୁବ କଂଗ୍ରେସର ସଦସ୍ୟ । ସେପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଗିରଫ ହେବା ପରେ ଆଜି ରାଧେର ପରିବାର ଲୋକ ଧାରଣା ଦେଇଛନ୍ତି। ରାଧେର ସ୍ତ୍ରୀ ଆଶା ଚଣ୍ଡୀ ଥାନା ଆଗରେ ଧାରଣା ଦେଇଛନ୍ତି। ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି ବୋଲି ରାଧେର ସ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
