Advertisment

‘ମମିତା ମେହେର ହତ୍ୟା ମାମଲା ପଛରେ ବଡ଼ ଷଡ଼ଯନ୍ତ୍ର’

ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି।

 Former DGP Prakash Mishra

Former DGP Prakash Mishra

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। କେବଳ ଗୋବିନ୍ଦକୁ ଧରି ପକାଇଲେ ହେବନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି।

Advertisment

ଆଜି ଦଳୀୟ କର୍ମକର୍ତ୍ତାଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ବିଜେପି ନେତା ପ୍ରକାଶ ମିଶ୍ର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ କେବଳ ଜଣଙ୍କର ସମ୍ପୃକ୍ତି ମାନିବା ଠିକ୍ ନୁହେଁ, ଏଥିରେ ଏକାଧିକ ବ୍ୟକ୍ତିଙ୍କ ହାତ ରହିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି। ପୋଲିସ ହେପାଜତରେ ଥିବାବେଳେ କେମିତି ଖସିଗଲେ ଗୋବିନ୍ଦ ? କାହିଁକି ଗୋବିନ୍ଦକୁ ଅଣାଯାଇଥିଲା ଟିଟିଲାଗଡ଼ ? ଏତଲା ପଞ୍ଜୀକରଣଠୁ ମୁଦାଲାକୁ ସ୍ଥାନାନ୍ତର ଯାଏ, ସବୁକିଛିକୁ ଦେଖିଲେ ବଡ଼ ରହସ୍ୟ ଲୁଚି ରହିଥିବା ଆଶଙ୍କା ଦୃଢ଼ୀଭୁତ ହେଉଛି। ତେଣୁ ଏ ଦିଗକୁ ତଦନ୍ତ ପରିସରକୁ ଅଣାଯିବା ଉଚିତ୍‌ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି।  

ପ୍ରକାଶ ମିଶ୍ର କହିଛନ୍ତି, ‘ତଦନ୍ତରେ ବହୁ ଅବହେଳା କରାଯାଇଥିବା ଜଣାପଡ଼ୁଛି। ଗୋବିନ୍ଦ ଖସି ଯିବା ରହସ୍ୟଜନକ। ଗୋବିନ୍ଦ ସାହୁ, ଯିଏକି ଠିକ୍‌ ଭାବେ ଚାଲି ପାରୁନଥିଲେ ସେ ପାଚେରି ଡେଇଁ ପଳାଇବା ଅସମ୍ଭବ। ଘଟଣାରେ ଯେଉଁ ପ୍ରକାର ଭୁଲ୍‌ ତଦନ୍ତ ହୋଇସାରିଲାଣି, ସ୍ଥାନୀୟ ପୋଲିସ୍‌ ପ୍ରତି ଲୋକଙ୍କ ଆଉ ଆସ୍ଥା ନାହିଁ। ତେଣୁ ନିରପେକ୍ଷ ଏଜେନ୍ସି ଏହାର ତଦନ୍ତ କରୁ।’ 

Advertisment

ମମିତାଙ୍କ ବାପା ସାଂଘାତିକ ତଥ୍ୟ ଦେଇଛନ୍ତି। ମମିତା ନିଖୋଜ ନେଇ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲା ବୋଲି ମମିତାଙ୍କ ବାପା କହିଛନ୍ତି।  ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।

Prakash Mishra BJP Leader Mamita Meher Murder Case Former DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ