Advertisment

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର କରିବ କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ।

ଅଦ୍ୟତନ ହୋଇଛି
congress

congress

Advertisment

ଭୁବନେଶ୍ୱର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ। ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି  ଜାତୀୟ କଂଗ୍ରେସ ଦଳର ସମ୍ପାଦକ ରଣଦୀପ ସୁର୍ଯେୱାଲାଙ୍କ ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମିଶି ଏମାନେ ବଲାଙ୍ଗିର କଣ୍ଟାବାଞ୍ଜିର ଝରଣୀ ଗାଁକୁ ଯାଇ ମୃତ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବେ।  

Advertisment

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସରକାରୀ ବୈଠକରେ ଯୋଗ ଦେଉ ଥିବାବେଳେ ନିଜ ବିରୋଧରେ ଆସୁଥିବା ଅଭିଯୋଗକୁ ନେଇ କିନ୍ତୁ ମୁଁହ ଖୋଲୁ ନାହାଁନ୍ତି। ଯାହାକି ଆଉ ବରଦାସ୍ତ କରାଯିବ ନି ବୋଲି କଂଗ୍ରେସ କହିଛି। 

ସେପଟେ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ଡାକରା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଏହି ବନ୍ଦ ଡାକରା ଦେଇଛି। ଏହି ଦାବି ନେଇ ପୂର୍ବରୁ ଗତ ୨୫ ତାରିଖରେ ୧୨ ଘଣ୍ଟିଆ ବୀରମହାରାଜପୁରରେ ବନ୍ଦ ପାଳନ ହୋଇଥିଲା। ତେଣୁ ଆଜି ବୀରମହାରାଜପୁରକୁ ବାଦ୍‌ ଦେଇ ସୋନପୁର ଜିଲ୍ଲାର ଅନ୍ୟ ସମସ୍ତ ୫ ବ୍ଲକ୍, ୨ଟି ଏନ୍‌ଏସି ଓ ଗୋଟିଏ ମ୍ୟୁନିସିପାଲିଟି ଅଞ୍ଚଳରେ ବିଜେପି ବନ୍ଦ ପାଳନ କରିବ। ସେହିପରି ନୂ‌ଆପଡ଼ା ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବିଜେପି ବନ୍ଦ ଡାକରା ଦେଇଥିବା ବେଳେ ବୌଦ୍ଧରେ ଏସ୍‌ପି କାର୍ଯ୍ୟାଳୟ ଘେରିବ ବୋଲି ଜଣାପଡ଼ିଛି। 

Advertisment

ଅନ୍ୟପକ୍ଷେ, ଆସନ୍ତା ୨୯ରେ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍। ମମିତା ମେହେର ହତ୍ୟା ମାମଲାରେ ତଥ୍ୟ ସଂଗ୍ରହ ଲାଗି ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବନତୀ ଶ୍ରୀନିବାସନଙ୍କ ନେତୃତ୍ୱରେ ଏହି  ଟିମ୍ ଓଡ଼ିଶା ଆସୁଛି। କେନ୍ଦ୍ରୀୟ ଟିମ୍ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ରିପୋର୍ଟ ଦେବ।

Advertisment

ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶୀଘ୍ର ମନ୍ତ୍ରୀ ପଦରୁ ହଟାଇବା ସହ ମମିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ପାଇଁ ଦାବି ହୋଇଛି।  

BJP Congress Mamita Meher Mamita Meher Murder Case Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ