Advertisment

ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ।

ଅଦ୍ୟତନ ହୋଇଛି
BJP Mahila Morcha Protest

BJP Mahila Morcha Protest

Advertisment

ଭୁବନେଶ୍ୱର: ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଜୋରଦାର ବିକ୍ଷୋଭ କରାଯାଇଛି।

Advertisment

ରାଜ୍ୟରେ ଆଇନ ବ୍ୟବସ୍ଥାର ମୃତ୍ୟୁ ହୋଇଥିବା ଦର୍ଶାଇ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଆଜି ଅପରାହ୍ଣରେ କୋକେଇ ଶୋଭାଯାତ୍ରା କରିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି କୋକେଇ ଶୋଭାଯାତ୍ରା ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଶିଶୁ ଭବନ ଛକରେ ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇଥିଲା। ଏହି ସମୟରେ ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ। ସମଗ୍ର ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷେ, ଘଟଣାକୁ ନେଇ ବିଜେପି ଯୁବ ମୋର୍ଚ୍ଚା କଳାହାଣ୍ଡି ଏସ୍‌ପି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ସେପଟେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି। ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପରେଖ ଦିଆଯାଉଛି ବୋଲି ଶାସକ ଦଳ ବିଜେଡି କହିଛି। ବିଜେପି ମହିଳା ମୋର୍ଚ୍ଚା ଶସ୍ତା ରାଜନୀତି କରୁଥିବା ବିଜେଡି କହିଛି। ବିଜେଡି କହିଛି, ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହାର ପ୍ରମାଣ ନାହିଁ। ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି। 

BJP Mamita Meher Mamita Meher Murder Case Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ