Advertisment

ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ : ୨୨ ନେତାଙ୍କୁ ଚିଠି ଲେଖିଲେ ମମତା

ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୋର ଧରିଲା ରାଜନୀତି । ଆସନ୍ତା ୧୫ ତାରିଖରେ ଅଣ ବିଜେପି ଶାଶିତ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ ଜଣ ବିରୋଧୀ ନେତାଙ୍କ ବୈଠକ ଡାକିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିରୋଧୀ ଦଳର ପ୍ରମୁଖ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବସିବ ମିଳିତ ବୈଠକ ।

Advertisment

ମମତା ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଝାରଖଣ୍ଡ ମୁଖ୍ୟନ୍ତ୍ରୀ ହେମନ୍ତ ସୋରେନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ପ୍ରମୁଖ ରହିଛନ୍ତି । ରାଜଧାନୀ ଦିଲ୍ଲୀରେ ଏହି ମିଳିତ ବୈଠକ ବସିବ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଆସନ୍ତା ୧୫ ତାରିଖରେ ଏହି ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସୋନିଆ ଗାନ୍ଧି ମଧ୍ୟ ମମତା ବାନାର୍ଜୀ,ଏମକେ ଷ୍ଟାଲିନ, ଉଦ୍ଧ ଠାକରେ, ଏନସିପି ନେତା ଶରଦପାୱାର ଏବଂ ସିପିଆଏମ ନେତା ସୀତାରାମ ୟେଚୁରୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ପାଇଁ ଏକାଠି ହେବାକୁ ସେ ନିମନ୍ତ୍ରଣ କରିଥିଲେ ।

Advertisment

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣିତ କହୁଛି ଦେଶରେ ସାଂସଦ ଏବଂ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ରହିଛି ୧୦ ଲକ୍ଷ ୯୮ ହଜାର ୮୮୨ । ଏନଡିଏ ପାଖରେ ବର୍ତ୍ତମାନ ୪୮.୮ ପ୍ରତିଶତ ଭୋଟ ଥିବା ବେଳେ ବିରୋଧୀଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ । ତେବେ ଏନଡିଏ ତା ପ୍ରାର୍ଥୀକୁ ରାଷ୍ଟ୍ରପତି କରିବାକୁ ହେଲେ ଆଉ ୨.୨ ପ୍ରତିଶତ ଭୋଟ ଆବଶ୍ୟକତା ରହିଛି । ଯଦି ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି, ତେବେ ସେହି ପ୍ରାର୍ଥୀ ସହଜରେ ବିଜୟୀ ହେବେ ।

ଏନଡିଏ, ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ବିଜେପିର ଜାତୀୟ ନେତୃବୃନ୍ଦ ଚେଷ୍ଟା ଚଳାଇଛନ୍ତି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓ୍ୱାଇଏସଆର କଂଗ୍ରେସ ନେତା ଜଗନ ମୋହନ୍ ରେଡ୍ଦି, ମୋଦି ଓ ଶାହଙ୍କୁ ଭେଟିଥିଲେ । ଉଭୟେ ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସ, ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment
Mamata Banerjee President Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ