Advertisment

ଇଣ୍ଡି ମେଣ୍ଟରେ ମିଶାଣ କମ୍‌, ଫେଡାଣ ବେଶି...JDU ଓ RLD ପରେ ଲାଗିଛି TMC ଝଟକା

୨୪ ମହାସମରକୁ ଆଉ କିଛି ଦିନ ବାକି। ୪ ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି।

undefined

Mamata Banerjee

Advertisment

ବଢ଼ୁଛି NDA, ଛିଡ଼ୁଛି ଇଣ୍ଡି ! ସତ ହେବ କି NDAର ୪ ଶହ ପାର୍ ଲକ୍ଷ୍ୟ ? ବଳ ବଢ଼ାଉଛି ପୁରୁଣା ସାଥୀଙ୍କ ଘର ବାହୁଡ଼ା ସେପଟେ ଇଣ୍ଡି ମେଣ୍ଟର କିନ୍ତୁ ଅବସ୍ଥା ଟାଇଟ୍ ଆଗାମୀ ନିର୍ବାଚନରେ ୪ ଶହରୁ ଅଧିକ ଲୋକସଭା ସିଟ୍ ଜିତିବା ଲକ୍ଷ୍ୟ ନେଇ, ଜୋରଦାର କସରତ ଚଳାଇଛି NDA । ବିଭିନ୍ନ ରାଜ୍ୟରେ ବଳ ବଢ଼ାଉଛି ଏହି ବିଜେପି ନେତୃତ୍ୱାଧୀନ ମେଣ୍ଟ। ଗତକାଲି ଆନ୍ଧ୍ରପ୍ରଦେଶରେ ମିଳିଛି ବଡ଼ ସଫଳତା। ପୁରୁଣା ସାଥୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ୬ ବର୍ଷ ପରେ ପୁଣି ଏନଡିଏକୁ ଫେରିଥିବା ବେଳେ, ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ ନୂଆକରି ଏଥିରେ ସାମିଲ ହୋଇଛି। ଆଗାମୀ ନିର୍ବାଚନରେ ଆନ୍ଧ୍ରର ୨୫ ଲୋକସଭା ଆସନରୁ ଟିଡିପି ୧୭, ବିଜେପି ୬ ଓ ଜନସେନା ୨ଟି ସିଟରେ ଲଢ଼ିବ। ତେବେ କିଏ କେଉଁଠି ପ୍ରାର୍ଥୀ ଦେବେ ତାହା ସ୍ଥିର କରିବାକୁ, ଦୁଇଦିନିଆ ବିଜୟୱାଡ଼ା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ସଂଗଠନ ଯୁଗ୍ମ ସମ୍ପାଦକ ଶିବ ପ୍ରକାଶ ମଧ୍ୟ ସେଠାକୁ ଯାଇଛନ୍ତି।

Advertisment

କେବଳ ଆନ୍ଧ୍ର ନୁହେଁ, ବିହାର ଓ ଉତ୍ତରପ୍ରଦେଶରେ ବି କାୟା ବିସ୍ତାର କରିଛି NDA । ବିହାରରେ ନୀତୀଶ କୁମାରଙ୍କ JDU ଘର-ୱାପସି କରିଥିବା ବେଳେ; କିଛି ଦିନ ତଳେ NDAରେ ମିଶିଛି ଉତ୍ତରପ୍ରଦେଶର ରାଷ୍ଟ୍ରୀୟ ଲୋକଦଳ- RLD। ପଶ୍ଚିମ ୟୁପି ଓ ଜାଟ୍ ସଂପ୍ରଦାୟରେ ଏହି ଦଳର ଦବଦବା ରହିଛି । ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା କରିବା ପରେ ପରେ, ମନ ବଦଳାଇଥିଲେ ତାଙ୍କ ନାତି ତଥା RLD ସୁପ୍ରିମୋ ଜୟନ୍ତ ସିଂ। ଇଣ୍ଡି ମେଣ୍ଟକୁ ବାଏ ବାଏ କହି, ଅଚାନକ ସେ NDAରେ ମିଶିଛନ୍ତି। ତେଣେ ପଞ୍ଜାବରେ ମଧ୍ୟ ଶିରୋମଣି ଅକାଳୀ ଦଳ ସହ କଥାବାର୍ତ୍ତା ଚଳାଇଛି BJP। ୪ ବର୍ଷ ପରେ ପୁଣିଥରେ ଅକାଳି ଦଳ ପୁରୁଣା ମେଣ୍ଟକୁ ଫେରିପାରେ ବୋଲି କୁହାଯାଉଛି ।

ଇଣ୍ଡି ମେଣ୍ଟର ହିସାବ କିତାବ୍ ଫୁଲ୍ ଦେବାଳିଆ ସ୍ଥିତିରେ। ମିଶାଣ କମ୍, ଫେଡ଼ାଣ ଢେର୍ ବେଶି। JDU ଓ RLD ପରେ ଲାଗିଛି TMC ଝଟକା। ଆଜି ପଶ୍ଚିମବଙ୍ଗର ସମସ୍ତ ୪୨ଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। କୋଲକାତାର ବିଶାଳ ସମାବେଶରେ ତାଙ୍କର ଏହି ଏକଚାଟିଆ ଘୋଷଣା, ସେ ଏବେ ପାଇଁ ଇଣ୍ଡି ମେଣ୍ଟରେ ନାହାନ୍ତି ବୋଲି ସ୍ପଷ୍ଟ ସୂଚାଉଛି।

Advertisment

ବହରମପୁରରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ୟୁସୁଫ ପଠାନ। ବହରମପୁର କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ହୋମ୍ ଗ୍ରାଉଣ୍ଡ ହୋଇଥିବାରୁ, ସେଠି ୟୁସୁଫଙ୍କ ଭଳି ସେଲିବ୍ରିଟି ପ୍ରାର୍ଥୀ ଦେଇ, ମମତା କଂଗ୍ରେସକୁ ସିଧାସଳଖ ଯୁଦ୍ଧଂଦେହୀ ଡାକରା ଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ହୁଗୁଳି, କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ର, ଆସାନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ଯାଦବପୁରରୁ ଅଭିନେତ୍ରୀ ସାୟୋନୀ ଘୋଷଙ୍କୁ ପ୍ରାର୍ଥୀ କରିଛି ଟିଏମ୍‌ସି। ତେଣେ ତାମିଲନାଡ଼ୁରେ କଂଗ୍ରେସ ଓ ଡିଏମକେ ମଧ୍ୟ ସିଟ୍ ଭାଗବଣ୍ଟା ଅଙ୍କ ଛଡ଼ିଛି ।

Mamata Banerjee BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ