Advertisment

ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ

ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।

ଅଦ୍ୟତନ ହୋଇଛି
Mamata Banarjee

Mamata Banarjee

Advertisment

ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣି ବୈଠକ ମଝିରୁ ଉଠି ଆସିଗଲେ ମମତା ଦିଦି। ଆଜି କିଛି ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ନୀତି ଆୟୋଗ ମିଟିଂରେ। ପଶ୍ଚିମବଙ୍ଗକୁ ଅବହେଳା ଓ ବଜେଟରେ ଅଣଦେଖା ଅଭିଯୋଗ କରିଥିଲେ ମମତା।

Advertisment

ଏହି ସମୟରେ ମାତ୍ର ୫ ମିନିଟ୍ କହିବା ପରେ ହଠାତ୍ ତାଙ୍କ ମାଇକ୍ ବନ୍ଦ ହୋଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପୂର୍ବରୁ ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନଙ୍କୁ ୧୦ରୁ ୧୫ ମିନିଟ୍ କହିବାକୁ ସୁଯୋଗ ମିଳିଥିବା ବେଳେ ତାଙ୍କୁ କାହିଁକି ଏତେ ଅଳ୍ପ ସମୟ ଦିଆଗଲା ଓ ଏଭଳି ବ୍ୟବହାର କରାଗଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ।

ସେପଟେ ମମତାଙ୍କ ସମସ୍ତ ଅଭିଯୋଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଘଟଣାକୁ ନେଇ ବିଜେପି ମମତାଙ୍କୁ ସମାଲୋଚନା କରିଛି।

Advertisment

Mamata Banerjee TMC NITI Aayog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ