Advertisment

ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍‌ ନକରି ଆଗକୁ ଆସିଛନ୍ତି ଲୋକେ...

ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍‌ ନକରି ଆଗକୁ ଆସିଛନ୍ତି ଲୋକେ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର।

Malkangiri Voters Gear Up For Upcoming Panchayat Elections

Malkangiri Voters Gear Up For Upcoming Panchayat Elections

Advertisment

ଦିନ ଥିଲା ନିର୍ବାଚନ ଆସିଲେ ଭୟରେ ଲୁଚୁଥିଲେ ଭୋଟର। କାହିଁକି ନା କେହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିଲେ ମାଓବାଦୀମାନେ ସେମାନଙ୍କୁ ଦଣ୍ଡ ଦେଉଥିଲେ। ହେଲେ ଏବେ ବଦଳିଛି ସମୟ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର। ଲାଲ୍‌ଗଡ଼ରେ ନିର୍ବାଚନ ପାଇଁ ପ୍ରାର୍ଥୀ ଓ ଭୋଟର ସଜବାଜ ହୋଇଛନ୍ତି।

Advertisment

ନିର୍ବାଚନ ପାଇଁ ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ନିର୍ବାଚନ ପାଇଁ ସୁରକ୍ଷା ବାହିନୀ ସଜାଗ ଥିବାବେଳେ ମାଓ ଭୟ ଆଉ ଲୋକଙ୍କ ମଧ୍ୟରେ ନାହିଁ। ଏବେ ନିଜ ଇଚ୍ଛାରେ ଜନ ପ୍ରତିନିଧି ବାଛିବାକୁ ସ୍ୱାଭିମାନ ଅଞ୍ଚଳବାସୀ ସ୍ଥିର କରିଛନ୍ତି। 

ଚାପ ମୁକ୍ତ ନିର୍ବାଚନ ହେବାକୁ ଯାଉଥିବାରୁ ସରକାର, ପ୍ରଶାସନ, ପ୍ରାର୍ଥୀ ଏବଂ ଭୋଟର ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ନିଜ ଜନ୍ମମାଟି ପାଇଁ କିଛି କରି ଦେଖାଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ଆଗଭର ହୋଇଛନ୍ତି। ଅଞ୍ଚଳର ଉନ୍ନତି ଯିଏ କରିବ ସେଭଳି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ଭୋଟର କହିଛନ୍ତି। 

Advertisment

ନିର୍ବାଚନକୁ ନେଇ ଗାଜଲମାମୁଡ଼ି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବଳରାମ ଗୋଲାରୀ କହିଛନ୍ତି, ‘ଲୋକଙ୍କ ମୌଳିକ ସମସ୍ୟାକୁ ଆମେ ସରକାରଙ୍କୁ ଜଣାଇବୁ। ମାଓ ପ୍ରବଣ ଅଞ୍ଚଳ ଥିବାରୁ ଆମ ଅଞ୍ଚଳରେ ନିର୍ବାଚନ ହେଉନଥିଲା। ନିର୍ବାଚନ କ’ଣ ଆମେ ଜାଣି ନଥିଲୁ। ଏବେ ନିର୍ବାଚନ ହେବ ବୋଲି ଜାଣିବା ପରେ ଆମେ ବେଶ୍‌ ଖୁସି’।

ସେହିପରି ଯୋଡ଼ାମ୍ବ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ରାଜେଶ୍ୱରୀ ଖିଲ ନିର୍ବାଚନକୁ ନେଇ କହିଛନ୍ତି, ‘ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ରହି ଯାଇଛି। ଯେପରିକି ଗାଁ ଗାଁ ମଧ୍ୟରେ ରାସ୍ତା ସଂଯୋଗ ନାହିଁ। ଯଦି ନିର୍ବାଚନରେ ଜିତେ, ତା’ହେଲେ ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍‌ ଉପରେ ଗୁରୁତ୍ୱ ଦେବି।’

Advertisment
Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ