ମାହାଙ୍ଗା ଡବଲ ମର୍ଡର: ହାଇକୋର୍ଟର ବିଚାରାଧୀନ ଦର୍ଶାଇ ସମୟ ମାଗିଲେ ପ୍ରତାପ ଜେନା

ପୂର୍ବରୁ ଏ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଫସିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।

Mahanga Double Murder

ମାହାଙ୍ଗା ଡବଲ ମର୍ଡର ମାମଲାରେ ଘୁଞ୍ଚିଲା ଶୁଣାଣି । ହାଇକୋର୍ଟର ବିଚାରାଧୀନ ଦର୍ଶାଇ ସମୟ ମାଗିଲେ ପ୍ରତାପ ଜେନା । ଆଜି ସାଲେପୁର JMFCରେ ଶୁଣାଣି ଥିଲା । ପ୍ରତାପଙ୍କ CRPC ୨୦୫ ଅର୍ଥାତ ପ୍ରତାପଙ୍କ ବ୍ୟକ୍ତିଗତ ହାଜିରା ଏବଂ ମୂଳ ମାମଲା ସହ ଯୋଡ଼ିବାକୁ ନେଇ ହୋଇଥିବା ଆବେଦନରେ ଶୁଣାଣି ହୋଇଥାନ୍ତା ।