Advertisment

ମାହାଙ୍ଗା ଡବଲ ମର୍ଡର: ହାଜର ହେଲେନି ବିଧାୟକ ପ୍ରତାପ ଜେନା

ନିଜ ଓକିଲଙ୍କ ଜରିଆରେ JMFCରେ ପକ୍ଷ ରଖିଲେ ପ୍ରତାପ....ଆଇପିସି ୨୦୫ ଧାରାରେ ଆବେଦନ କଲେ ପ୍ରତାପଙ୍କ ଓକିଲ....ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ IPC ୨୦୫ରେ ଆବେଦନ...

ଅଦ୍ୟତନ ହୋଇଛି
Pratap Jena

Pratap Jena

Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ପରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା। ନିଜ ଓକିଲଙ୍କ ଜରିଆରେ JMFCରେ ପକ୍ଷ ରଖିଛନ୍ତି ପ୍ରତାପ । ଆଇପିସି ୨୦୫ ଧାରାରେଆବେଦନ କରିଛନ୍ତି ପ୍ରତାପଙ୍କ ଓକିଲ । ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ IPC ୨୦୫ରେ ଆବେଦନ କରିଛନ୍ତି ।

Advertisment

ସେପଟେ ପ୍ରତାପଙ୍କ ଆବେଦନ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଆବେଦନକରିଛନ୍ତି । ଅପରାହ୍ନ ୨ଟାରେ ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ହେବ । ପ୍ରତାପଙ୍କ ବିରୋଧରେ ୩୦୨, ୫୦୬, ୧୨୦B ଭଳି ସଂଗୀନ ଦଫା ଲାଗିଛି। ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ପ୍ରତାପ ଏକ ଅଭିଯୁକ୍ତ ଅଟନ୍ତି।

୨୦୨୧ ଜାନୁଆରି ୨ ଏହି ଦୁଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଆଗରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। .

Advertisment
Mahanga Double Murder Pratap Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ