Advertisment

୨୦୨୨ ନିର୍ବାଚନ: ବାରଣାସୀରେ ମୁହାଁମୁହିଁ ହେବେ ପ୍ରିୟଙ୍କା-ମୋଦୀ!

ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରା । ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ବଡ଼ ଧରଣର ପ୍ରସ୍ତୁତି ଚଳାଇଛି । ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀ ୫ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇ କଂଗ୍ରେସ ସଂଗଠନ ସହ ଜଡିତ କାର୍ଯ୍ୟାଳୟର ଅଧିକାରୀ ଏବଂ ନେତାଙ୍କ ସହ ବୈଠକ କରିଛନ୍ତି । ସେହି ସମୟରେ ମିଶନ୍ -୨୦୨୨ ସମ୍ବନ୍ଧରେ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।

ଅଦ୍ୟତନ ହୋଇଛି
undefined

Congress leader Priyanka Gandhi Vadra

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରା । ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ବଡ଼ ଧରଣର ପ୍ରସ୍ତୁତି ଚଳାଇଛି । ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୫ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇ କଂଗ୍ରେସ ସଂଗଠନ ସହ ଜଡିତ କାର୍ଯ୍ୟାଳୟର ଅଧିକାରୀ ଏବଂ ନେତାଙ୍କ ସହ ବୈଠକ କରିଛନ୍ତି । ସେହି ସମୟରେ ମିଶନ୍ -୨୦୨୨ ସମ୍ବନ୍ଧରେ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତରପ୍ରଦେଶରେ କଂଗ୍ରେସ ଦଳର ବାତାବରଣ ସୃଷ୍ଟି କରିବା ପାଇଁ ନବରାତ୍ରୀ ଠାରୁ କଂଗ୍ରେସ ପ୍ରତିଜ୍ଞା ଯାତ୍ରା ଆରମ୍ଭ କରାଯାଇଛି । ଯାହାକୁ ଅକ୍ଟୋବର ୧୦ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀରୁ ଆରମ୍ଭ କରାଯାଇଛି । ଏହି ବିଶାଳ ଜନସଭାକୁ ଉଦଘାଟନ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

Advertisment

କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଗସ୍ତ ସମୟରେ କଂଗ୍ରେସ ପ୍ରତିଜ୍ଞା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି କରୁଥିବାର ଦେଖାଯାଇଛି । ଏହି ଯାତ୍ରା ସହିତ ଜଡିତ ସ୍ଥାନ, ମାର୍ଗ, ତାରିଖ ଏବଂ ମୁଖ୍ୟ ପ୍ରସଙ୍ଗ ସମୀକ୍ଷା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କଂଗ୍ରେସର ଏହି ଯାତ୍ରା ‘ହମ୍ ବଚନ୍ ନିଭାୟେଙ୍ଗେ’ ନାମରେ ଏକ ବସ୍ ଯାତ୍ରା କରାଯାଇଛି । ଏହି ବସ ଯାତ୍ରାକୁ ୟୁପିର ୫ଟି ବିଭିନ୍ନ ସ୍ଥାନ ତଥା ବାରଣାସୀ, ଅଯୋଧ୍ୟା, ସାହାରନପୁର, ଆଗ୍ରା ଏବଂ ଝାନ୍ସୀରୁ ବାହାର କରାଯିବ । କଂଗ୍ରେସର ଏହି ଯାତ୍ରା ୧୨ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଏବଂ ପ୍ରତ୍ୟେକ ପ୍ରମୁଖ ଗ୍ରାମ ଏବଂ ସହର ଦେଇ ଗତି କରିବ । ଏହି ଯାତ୍ରା ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତାଙ୍କ ଦ୍ୱାରା ପରିଚାଳିତ ହେବ।

Advertisment

କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ଅନୁଯାୟୀ, ଅକ୍ଟୋବର ୧୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରା କଂଗ୍ରେସ ପ୍ରତିଜ୍ଞା ଯାତ୍ରା ଆରମ୍ଭ କରାଯାଇଛି । ଏହି ସମୟ ପ୍ରିୟଙ୍କା ଗାନ୍ଧୀ ବାରଣାସୀର ଜଗତପୁର ଇଣ୍ଟର କଲେଜ ପଡିଆରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ପ୍ରତିଜ୍ଞା ଯାତ୍ରାର ପତାକା ଉତ୍ତୋଳନ କରିଛନ୍ତି ଏବଂ ପରେ ବାରଣାସୀ ସମେତ ଅଯୋଧ୍ୟା, ସାହାରନପୁର, ଆଗ୍ରା ଏବଂ ଝାନ୍ସୀ ରେ ଆୟୋଜିତ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଏହି ସଭାରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଏହି ଯାତ୍ରା ସମୟରେ ସେ କୃଷକ ଓ ଯୁବକ ମାନଙ୍କ ସହ ବିଭିନ୍ନ ସଭାର ଆୟୋଜନ କରି ବିଜେପିର ବିଫଳତାକୁ ବଖାଣିବେ । ଏହା ସହିତ କଂଗ୍ରେସ ସପକ୍ଷରେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

Narendra Modi Priyanka Gandhi-Vadra Varanasi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ