ଘରେ ବସି କିପରି ବାହାର କରିବେ ଭୋଟର୍ ଚିରୁକୁଟି, ଜାଣନ୍ତୁ ପ୍ରଣାଳୀ...

ଆଜିଠାରୁ ଆରମ୍ଭ ହୋଇଛି ମତଦାନ । ଯେଉଁମାନଙ୍କର ମତଦାନ ତାଲିକାରେ ନାଁ ରହିଛି, ସେମାନଙ୍କ ନିକଟକୁ ନିର୍ବାଚନ ଆୟୋଗଙ୍କ ତରଫରୁ ଏକ ସ୍ଲିପ ଯାଇଛି । ଯାହା ଦ୍ୱାରା ସେମାନେ ନିଜ ନିଜ ମତଦାନ କେନ୍ଦ୍ରର ଠିକଣା ଜାଣିପାରିବେ । ଏହାକୁ ଭୋଟର୍ ସୂଚନା ସ୍ଲିପ ବା ଚିରୁକୁଟି କୁହାଯାଏ ।

Election

ଆଜିଠାରୁ ଆରମ୍ଭ ହୋଇଛି ମତଦାନ । ଯେଉଁମାନଙ୍କର ମତଦାନ ତାଲିକାରେ ନାଁ ରହିଛି, ସେମାନଙ୍କ ନିକଟକୁ ନିର୍ବାଚନ ଆୟୋଗଙ୍କ ତରଫରୁ ଏକ ସ୍ଲିପ ଯାଇଛି । ଯାହା ଦ୍ୱାରା ସେମାନେ ନିଜ ନିଜ ମତଦାନ କେନ୍ଦ୍ରର ଠିକଣା ଜାଣିପାରିବେ । ଏହାକୁ ଭୋଟର୍ ସୂଚନା ସ୍ଲିପ ବା ଚିରୁକୁଟି କୁହାଯାଏ । ଏହା ଛାପିବାଠାରୁ ଆରମ୍ଭ କରି ବାଣ୍ଚିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟ ।

ଏହି ସ୍ଲିପରେ ମୁଖ୍ୟତଃ ନିଜର ନାଁ ଭୋଟର ତାଲିକାରେ ଅଛି କି ନାହିଁ ଜଣାପଡ଼ିଥାଏ । ଯେଉଁମାନଙ୍କର ଭୋଟର ତାଲିକାରେ ନାଁ ଥିବ ସେମାନେ ହିଁ ଏହି ସ୍ଲିପ ପାଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ନିଜେ ମଧ୍ୟ ଏହି ସ୍ଲିପ ବାହାର କରି ଭୋଟ୍ ଦେଇପାରିବେ । VIS ହେଉଛି ଏକ ଡକ୍ୟୁମେଣ୍ଟ, ଯାହା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଆବଶ୍ୟକ ବିବରଣୀ ପ୍ରଦାନ କରିଥାଏ ।

ଏହା ନିର୍ବାଚନ ପୂର୍ବରୁ ହିଁ ଜାରି କରାଯାଏ । ଉକ୍ତ ସ୍ଲିପରେ ନାମ, ବୟସ, ଲିଙ୍ଗ, ବିଧାନସଭା ତଥା ଲୋକସଭା ନିର୍ବାଚନ ମଣ୍ତଳୀ ସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମତଦାନ କେନ୍ଦ୍ରର ଅବସ୍ଥାନ ଓ ରୁମ୍ ନମ୍ବର ମଧ୍ୟ ଲେଖାଯାଇଥାଏ । ଏହା ସହ ମତଦାନ କେନ୍ଦ୍ରର ତାରିଖ ଓ ସମୟ ମଧ୍ୟ ରହିଥାଏ । ଏହା ସହ ଭୋଟରଙ୍କ ବିବରଣୀ ଯାଞ୍ଚ କରିବା ପାଇଁ ଏକ QR କୋଡ ମଧ୍ୟ ଦିଆଯାଇଛି ।

ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ VIS ପାଇନାହାନ୍ତି, ତେବେ ଏହାକୁ ନିଜେ ମଧ୍ୟ ଡାଉନଲୋଡ୍ କରିପାରିବେ । ECI ର ଅଫିସିଆଲ୍ ମୋବାଇଲ୍ ଆପ୍ କିମ୍ବା ୱେବସାଇଟରେ ଏହାକୁ ପାଇପାରିବେ ।

ମୋବାଇଲ୍ ଆପ୍ ଦ୍ୱାରା ଡାଉନଲୋଡ କରିବାକୁ ଚାହୁଁଥିଲେ ...

- ଆଣ୍ତ୍ରଏଡ୍ ରେ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଷ୍ଟୋର୍ ରେ ଭୋଟର୍ ହେଲ୍ପ ଲାଇନ୍ ଆପ ଡାଉନଲୋଡ କରନ୍ତୁ

- ଡାଇନଲୋଡ ପରେ E-EPIC ଅପ୍ସନରେ କ୍ଲିକ୍ କରନ୍ତୁ

- ଆପଣଙ୍କର ପଞ୍ଜିକୃତ ଫୋନ ନମ୍ବର, ପାସୱାର୍ଡ ଓ OTP ବ୍ୟବହାର କରି ଲଗଇନ୍ କରନ୍ତୁ

- ଲଗଇନ୍ ପରେ ନିଜର EPIC ନମ୍ବର ଦିଅନ୍ତୁ (ଏହା ଭୋଟର୍ ଆଇଡି କାର୍ଡରେ ଉପଲବ୍ଧ)

- ଏହା ସହ ଆପ୍ଲିକେସନ୍ ରେଫରେନ୍ସ ନମ୍ବର ମଧ୍ୟ ବ୍ୟବହାର କରି VIC ଡାଉନଲୋଡ କରିପାରିବେ

- ଏହା ପରେ ଆପଣଙ୍କର ଭୋଟର ସ୍ଲିପ୍ ର ବିବରଣୀ ମିଳିଯିବ, ପରେ ଏଥିରେ VIC ଡକ୍ୟୁମେଣ୍ଟ ଖୋଲିବା ପାଇଁ OTP ଦେବାକୁ ହେବ

ୱେବସାଇଟରେ କିପରି ଡାଉନଲୋଡ କରିବେ ...

- https://voters.eci.gov.in/ ଖୋଲନ୍ତୁ, ଏହା ପରେ ନମ୍ବର, ପାସୱାର୍ଡ ଓ OTP ବ୍ୟବହାର କରି ଲଗଇନ୍ କରନ୍ତୁ

- ଡାଉନଲୋଡ E-EPIC ଅପ୍ସନ ଉପରେ କ୍ଲିକ କରନ୍ତୁ

- EPIC ନମ୍ବର ଦିଅନ୍ତୁ

- ଏହା ପରେ VIS ଡାଉନଲୋଡ ହୋଇଯିବ

ଏହାର ଏକ ପ୍ରିଣ୍ଟ ବାହାର କରି ମତଦାନ କେନ୍ଦ୍ରକୁ ନେଇ ଆପଣ ଭୋଟ ଦେଇପାରିବେ ।