Advertisment

TMCକୁ ଭରସା ଷ୍ଟାର କ୍ରିକେଟର, ଲୋକସଭା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌

ଆଜି ଟିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌। ଏହି ଦୁଇ ପୂର୍ବତନ କ୍ରିକେଟର ହେଉଛନ୍ତି ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦ।

Yusuf Pathan

Yusuf Pathan

Advertisment

ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ପାଇଁ ତାରିଖ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ। ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ମମତା ବାନାର୍ଜୀ ଆଜି ପ୍ରାର୍ଥୀ ଘୋଷଣା କରିଛି। ସବୁଠାରୁ ବଡ଼ କଥା ହେଉଛି ଆଜି ଟିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌। ଏହି ଦୁଇ ପୂର୍ବତନ କ୍ରିକେଟର ହେଉଛନ୍ତି ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦ। ଏହି ଦୁଇ କ୍ରିକେଟର ଭାରତ ପାଇଁ ବିଶ୍ୱକପ୍‌ ଜିତିଛନ୍ତି।

Advertisment

ମମତା ବାନାର୍ଜୀଙ୍କ ଦଳ ୟୁସୁଫ ପଠାନଙ୍କୁ ବହରାମପୁରରୁ ପ୍ରାର୍ଥୀ କରିଛି। ଏହି ଆସନରୁ ଏବେ ସାଂସଦ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ। ତେବେ ଚଳିତ ଲୋକସଭା ନିର୍ବାଚନରେ ଏହି ଆସନରେ ୟୁସୁଫ୍‌ ଓ ଅଧୀରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏହି ଆସନ ପାଇଁ ପୂର୍ବରୁ ଡ. ନିର୍ମଳ କୁମାର ସାହାଙ୍କ ନାମରେ ମୋହର ମାରି ସାରଛି।

୪୧ ବର୍ଷିୟ ୟୁସୁଫ୍‌ ପଠାନ୍‌ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୟୁସୁଫ୍‌ ୨୦୨୧ ଫେବ୍ରୁଆରୀରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇସାରଛନ୍ତି। ୟୁସୁଫ୍‌ ପଠାନ୍‌ ୨୦୦୭ ଟି-୨୦ ବିଶ୍ୱକପ୍‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିଲେ। ସେହିପରି ଆଇପିଏଲ କଥା ଯଦି କହିବା ତାହାଲେ ସେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ଖେଳିଥିଲେ। କେକେଆର ଜିତିଥିବା ଦୁଇଟି ଟ୍ରଫିରେ ମଧ୍ୟ ୟୁସୁଫ୍‌ ପଠାନ୍‌ଙ୍କ ବିଶେଷ ଅବଦାନ ରହିଥିଲା। ତେଣୁ ସେ ପୂରା ପଶ୍ଚିମବଙ୍ଗରେ ବେଶ୍‌ ଲୋକପ୍ରିୟ ଅଟନ୍ତି। ଏହାକଚୁ ନଜରରେ ରଖି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ତାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଛି।

Advertisment

ଅନ୍ୟପକ୍ଷରେ ଟିଏମସି ଦୁର୍ଗାପୁର ଲୋକସଭା ଆସନରୁ ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର କୀର୍ତ୍ତି ଆଜାଦଙ୍କୁ ଟିକେଟ୍ ଦେଇଛି। ବର୍ତ୍ତମାନ ଏହି ଆସନରେ ସାଂସଦ ଅଛନ୍ତି ବିଜେପିର ଏସ୍.ଏସ୍ ଅହଲୁୱାଲିଆ। ତେବେ ଏହି ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି।

ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ରେ ବିଶ୍ୱକପ ଜିତିଥିଲା, ସେ ସମୟରେ ଟିମ୍‌ ଇଣ୍ଡିଆରେ ସାମିଲ ଥିଲେ କୀର୍ତ୍ତି ଆଜାଦ। ଏହାପରେ ତାଙ୍କ ପିତା ଭାଗବତ ଝା ଆଜାଦଙ୍କୁ ଅନୁସରଣ କରି ରାଜନୀତିରେ ସାମିଲ ହୋଇଥିଲେ। ଭାରତୀୟ ଜନତା ପାର୍ଟି ଟିକେଟରେ କୀର୍ତ୍ତି ଦାରଭଙ୍ଗା ଲୋକସଭା ଆସନରୁ ତିନିଥର ସାଂସଦ ହୋଇଛନ୍ତି। ଏହାପରେ କୀର୍ତ୍ତି ଆଜାଦ ୨୦୧୯ରେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ଧନବାଦରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏଥିରେ ସେ ପରାଜୟ ବରଣ କରିଥିଲେ। ଏହାପରେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମ୍‌ସିରେ ସେ ସାମିଲ ହୋଇଥିଲେ। କୀର୍ତ୍ତି ଆଜାଦ ଭାରତ ପାଇଁ ୭ଟି ଟେଷ୍ଟ, ୨୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି।

Advertisment
Mamata Banerjee TMC Yusuf Pathan General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ