Advertisment

ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଧାୟକ ହଟହଟା, ଘେରିଗଲେ ଲୋକେ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଲୋକେ ବିରୋଧ କରିଛନ୍ତି। ଶୁଭ ଦେଇ କାମ କରିବାକୁ ଭୁଲି ଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
Locals Oppose BJD MLA

Locals Oppose BJD MLA

Advertisment

ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଲୋକେ ବିରୋଧ କରିଛନ୍ତି। ନୟାଗଡ଼ କୁଜମେଣ୍ଢି ପଞ୍ଚାୟତର ବାଣୀ, ପ୍ରଧାନପଡା, ସାନମୁଣ୍ଡୁଳା, ଗାଡ଼ିଆପଡା ଗାଁରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ର୍ନିବାଚନ ପ୍ରଚାର ପାଇଁ ଯାଇଥିଲେ। ତେବେ ଶୁଭ ଦେଇ କାମ କରିବାକୁ ଭୁଲି ଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି।

Advertisment

ବାଣୀ, ପ୍ରଧାନପଡା, ସାନମୁଣ୍ଡୁଳା, ଗାଡ଼ିଆପଡା ଗାଁକୁ ଯାତାୟତ ପାଇଁ ବୃତଙ୍ଗ ନଦୀରେ  ପୋଲ ନିର୍ମାଣ ଲାଗି ବାରମ୍ବାର ଦାବି କରାଯାଇଥିଲା। ପୋଲ ନିର୍ମାଣ ଲାଗି ୨ ବର୍ଷ ପୂର୍ବେ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପୋଲ ନିର୍ମାଣ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। 

ନିର୍ବାଚନ ପ୍ରଚାର ବେଳେ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ଲୋକେ ଘେରିଯାଇଥିଲେ। ପରେ ସେଠାରୁ ବିଧାୟକ ପ୍ରଚାର ନକରି ଫେରିଯାଇଥିବା ଦେଖିବାକୁ ମିଳିଛି। ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି, ‘ବିଧାୟକ ଖାଲି ପ୍ରତିଶ୍ରୁତି ଦିଅନ୍ତି। ସେ କିଛି କାମ କରନ୍ତି ନାହିଁ। ଲୋକଙ୍କୁ ପ୍ରଲୋଭନ ଦେଖାଇ ପ୍ରତିଶ୍ରୁତି ଦେବା ବିଧାୟକ ହେଉଛନ୍ତି ରମେଶ ଚନ୍ଦ୍ର ବେହେରା। କୁଜମେଣ୍ଢି ପଞ୍ଚାୟରେ ଦୀର୍ଘ ଅଢ଼େଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିଧାୟକ ମାତ୍ର ଥରେ କିମ୍ବା ୨ଥର ଆସିଛନ୍ତି। ଲୋକେ ମଧ୍ୟ ବିଧାୟକଙ୍କୁ ଜାଣନ୍ତିନି। ନିର୍ବାଚନ ପ୍ରଚାର ପାଇଁ ସେ ଧାଇଁଛନ୍ତି।’

BJD MLA Ramesh Chandra Behera Election Campaign
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ