Advertisment

ନିର୍ବାଚନ ପ୍ରଚାର କରିବାକୁ ଯାଇ ଲୋକଙ୍କ ପ୍ରଶ୍ନ ବାଣରେ ୨ ମନ୍ତ୍ରୀ ଘାଇଲା

ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସି ପୁଣି ୨ ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ଟୁକୁନି ସାହୁ ଓ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ହଟହଟା ହୋଇଛନ୍ତି।

ଅଦ୍ୟତନ ହୋଇଛି
Locals Gherao Two Odisha Ministers

Locals Gherao Two Odisha Ministers

Advertisment

ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସି ପୁଣି ୨ ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ଟୁକୁନି ସାହୁ ଓ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ହଟହଟା ହୋଇଛନ୍ତି। ସଇଁତଳା ବ୍ଲକ ୩୧ ନମ୍ବର ଜୋନ୍‌ରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ରୀତାରାଣୀ ହାତୀଙ୍କ ପାଇଁ ମନ୍ତ୍ରୀ ଟୁକୁନି ସାହୁ ପ୍ରଚାର କରୁଥିଲେ। ଏହି ସମୟରେ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। 

Advertisment

କାହିଁକି ଆଦିବାସୀ କୋଟାକୁ ସରକାର କାଟି ଦେଇଛନ୍ତି, ଏନେଇ ସଂଘ ପ୍ରଶ୍ନ ଉଠାଇଥିଲା। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଏପରିକି ସମସ୍ତ ସ୍ଥାନରେ ବିଜେଡିର କାର୍ଯ୍ୟକ୍ରମ ବନ୍ଦ କରାଯିବ ବୋଲି ସଂଘ ଚେତାବନୀ ଦେଇଥିଲ। ଏହାପରେ ଟୁକୁନି ସାହୁ ଭୁସ୍କିମାଲ ଗାଁରୁ ଫେରି ଯାଇଥିଲେ। ପରେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ସହ  ଡୁମେରମୁଣ୍ଡା ଗାଁରେ ଏକ ସଭା କରୁ ଥିବାବେଳେ ସଂଘର କିଛି ସଦସ୍ୟ ଆସି ଜୋର ବିରୋଧ କରିଥିଲେ। ଏପରିକି ସଂଘର କିଛି ସଦସ୍ୟଙ୍କ ସହ ବିଜେଡି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।  

ଅନ୍ୟପକ୍ଷେ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସାଙ୍କୁଲେଇ ପଞ୍ଚାୟତକୁ ନିର୍ବାଚନ ପ୍ରଚାର କରିବାକୁ ଯାଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ହଟହଟା ହୋଇଛନ୍ତି। ଜିଲ୍ଲା ପରିଷଦ ପ୍ରାର୍ଥିନୀ ଓ ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କୁ ସାଙ୍ଗରେ ଧରି କେଶେରିଆ ଗାଁରେ ମନ୍ତ୍ରୀ ପ୍ରଚାର କରୁଥିଲେ। ତେବେ ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥିନୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ପୂର୍ବରୁ ଅସନ୍ତୋଷ ଥିଲା। ନିଜକୁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ କହି ଅଶାନ୍ତି ସୃଷ୍ଟି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗାଁରେ ବିଜେଡି ସମର୍ଥକମାନେ ଅଶାନ୍ତି ବାତାବରଣ ସୃଷ୍ଟି ନ କରନ୍ତୁ ବୋଲି ଲୋକମାନେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଜଣାଇଥିଲେ। ଏନେଇ ମନ୍ତ୍ରୀଙ୍କ ସମର୍ଥକ ଓ ଗାଁ ଲୋକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପରେ ମନ୍ତ୍ରୀ ସେଠାରୁ ଫେରି ଆସିଥିଲେ। ଖବର ଲେଖାଯିବା ସୁଦ୍ଧା ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। 

Advertisment
Odisha Minister Prafulla Mallick Minister Tukuni Sahu Odisha Panchayat Elections Odisha Panchayat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ