Locals Attack Police
ସବୁ ସୀମା ପାର୍ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍ ରିଗିଂ, ଭୋଟ୍ ବାକ୍ସ ଲୁଟ୍, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍କୁ ମାଡ଼। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୋଲିସ୍କୁ ସର୍ବସମ୍ମୁଖରେ ମାଡ଼ ମରାଯାଇଥିବା ସୂଚନା ମିଳିଛି। ରାଜନଗର ଡେରା ପଞ୍ଚାୟତର ଗୋଖଣି ଗାଁରେ ଏହି ତୁମୁଳକାଣ୍ଡ ଘଟିଛି।
ଭୋଟର ଲିଷ୍ଟରେ ନାଁ ନଥିବା ବ୍ୟକ୍ତି ଏଜେଣ୍ଟ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଥିଲେ। ଏହାପରେ ଗାଁଲୋକେ ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ। ପୋଲିସ୍ ଧରିଥିବା ପାଇପ୍ରେ ହିଁ ଲୋକମାନେ ପୋଲିସ୍ କର୍ମୀଙ୍କୁ ପିଟିଥିଲେ।
ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ପୋଲିସ ସ୍ଥାନୀୟ ଲୋକଙ୍କୁ ପିଟିଥିଲେ। ଏହାପରେ ଲୋକେ ଉତ୍ତ୍ୟକ୍ତ ହେବାପରେ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍ ଅଧିକାରୀ ନିଜ ସର୍ଭିସ୍ ବନ୍ଧୁକକୁ ଦେଖାଇବାକୁ ପଡ଼ିଥିଲା।
ସୂଚନାଥାଉ କି, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଛି। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।
ବୁଥ୍ ଆଗରେ ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଛି । ଏହି ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ଏହି ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645346346.jpg)