Advertisment

୨୧ ଦିନ ହେବ ଗାତରେ ଲୁଚିଥିଲେ, ଏବେ ବାହାରିଲେ ମନ୍ତ୍ରୀ: ଲେଖାଶ୍ରୀ

ମମିତା ହତ୍ୟା ମାମଲାରେ ପ୍ରେସ୍ ବିବୃତି ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀବ୍ର ସମାଲୋଚନା କଲା ବିଜେପି ।ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତି, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି

ଅଦ୍ୟତନ ହୋଇଛି
Lekhashree Samantsinghar

Lekhashree Samantsinghar

Advertisment

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ପ୍ରେସ୍ ବିବୃତି ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀବ୍ର ସମାଲୋଚନା କଲା ବିଜେପି ।ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତି, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ମନ୍ତ୍ରୀଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି, ସେହି କଥାକୁ ନବୁଲାଇ ନିର୍ଦ୍ଧିଷ୍ଟ ଉତ୍ତର ଦେବା ସହ ୪ଟି ପ୍ରଶ୍ନର ପଚାରିଛନ୍ତି ଲେଖାଶ୍ରୀ । କହିଛନ୍ତି, ମମିତାଙ୍କ ପାଖରେ କେଉଁ ଭିଡିଓ ରହିଥିଲା, ତାହା ମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ । ରାୟପୁରରେ ମମିତା-ଗୋବିନ୍ଦ ସହ ଯେଉଁ ମିଟିଂ କଥା ଉଠୁଛି, ସେ ବିଷୟରେ ସ୍ପଷ୍ଟ କରନ୍ତୁ ।

Advertisment

ଏହାସହ ଗୋବିନ୍ଦ ଫେରାର ନେଇ ବିଭାଗୀୟ ମନ୍ତ୍ରୀ ଭାବେ ମଧ୍ୟ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ। ତାସହ ମନ୍ତ୍ରୀ ସାମ୍ନାକୁ ନଆସି ପ୍ରେସ ବିବୃତି ଦେବା ନିନ୍ଦନୀୟ, ବିଭ୍ରାନ୍ତକାରୀ ବୋଲି ଶ୍ରୀମତି ସାମନ୍ତସିଂହାର କଗବିଛନ୍ତି। ଏହାସହ ହତ୍ୟାରେ ଦୁଃଖିତ କହିଲେ କିନ୍ତୁ ପରିବାରକୁ ଭେଟିବାକୁ ଥରେ ବି ଗଲେନି ମନ୍ତ୍ରୀ। ଏଥିରୁ ସେ କେତେ ଦୁଃଖୀ ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ। କେବଳ ଏତିକି ନୁହେଁ ବରଂ ସେ ସ୍କୁଲକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଲେଖାଶ୍ରୀ।

Advertisment

କହିଛନ୍ତି, ସେ ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କ ବାପା ଓ ମାଆ ପଚାରୁଛନ୍ତି ସେ ସ୍କୁଲରେ ହେଉଥିଲା କଣ? କାହିଁକି ମନ୍ତ୍ରୀ ସେଠାକୁ ଆସୁଥିଲେ ତାହା ସମସ୍ତେ ଜାଣିବା ଦରକାର। ମନ୍ତ୍ରୀ ସେଠିକୁ କାହିଁକି ରାତ୍ରୀଯାପନ କରିବା ପାଇଁ ଯାଉଥିଲେ ତାହାର ଉତ୍ତର ମଧ୍ୟ ରଖିଲେ ନାହିଁ ମନ୍ତ୍ରୀ। ସେ ନିଜର ବ୍ୟକ୍ତିଗତ କାମ ପାଇଁ କଲେଜ୍‌ ଯାଆନ୍ତି କିନ୍ତୁ ସରକାରୀ କାମରେ ବା ବିଧାୟକ ଭାବରେ ଯାଇଥିଲେ ବୋଲି ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭୁଲ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ସତ କହୁଛନ୍ତି ମନ୍ତ୍ରୀ ସେମାନଙ୍କୁ ନାଲିଆଖି ଦେଖାଉଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ୨୧ ଦିନ ହେବ ଗାତରେ ଲୁଚିଥିଲେ ମନ୍ତ୍ରୀ ବୋଲି ଲେଖାଶ୍ରୀ କହିଛନ୍ତି। ତେବେ ଏନେଇ ଶାସକ ଦଳର ବର୍ତ୍ତମାନ ସମୟରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

BJP Dibya Shankar Mishra Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ