Advertisment

ନବୀନ ନିବାସ ଓ ଲୋକସେବା ଭବନ କେମିତି ଯାଉଥିଲେ ଗୋବିନ୍ଦ ସାହୁ?

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡ଼ୁଛି ରାଜ୍ୟ। ଗୋବିନ୍ଦ ସାହୁଙ୍କ ଗିରଫ ହେବା ପରେ ଥମିନାହିଁ ରାଜନୀତି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଅଟଳ ବିରୋଧୀ।

Lekha Samantsinghar

Lekha Samantsinghar

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡ଼ୁଛି ରାଜ୍ୟ। ଗୋବିନ୍ଦ ସାହୁଙ୍କ ଗିରଫ ହେବା ପରେ ଥମିନାହିଁ ରାଜନୀତି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଅଟଳ ବିରୋଧୀ। ପ୍ରତିଦିନ ଏନେଇ ପ୍ରେସମିଟ୍‌ କରି ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଷଣ୍ଢୁଆସି ଆକ୍ରମଣ କରୁଛନ୍ତି। କେତେବେଳେ ରାଜରାସ୍ତାରେ ହାଲ୍ଲା ବୋଲ ତ ଆଉ କେତେବେଳେ ମନ୍ତ୍ରୀଙ୍କ ବାସଭବନକୁ ଘେରି ଆନ୍ଦୋଳନ କରୁଛନ୍ତି ବିରୋଧୀ। ତେବେ ଆଜୁ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା।

Advertisment

ପ୍ରେସମିଟ୍‌ରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ମନ୍ତ୍ରୀଙ୍କ ସହ ଗୋବିନ୍ଦ ସାହୁଙ୍କ ସମ୍ପର୍କ ଅତି ନିବିଡ଼ ଥିଲା। ତେଣୁ ସେ କଲେଜକୁ ବାରମ୍ବାର ଯାଉଥିବା ସହ ବିଧାୟକ ପାଣ୍ଠିରୁ ଟଙ୍କା ଦେଉଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ପୋଲିସ ପାଖରୁ ଆମକୁ ଯେଉଁ ତଥ୍ୟ ମିଳିଛି ସେଥିଲେ ଅପହରଣ ନେଇ ସୂଚନା ରହିଛି। କିନ୍ତୁ କେବେ ଓ କେଉଁ ସମୟରୁ ଓ କେଉଁଠାରୁ ତାଙ୍କୁ ଅପହରଣ କରାଯାଇଥିଲା ସେନେଇ କୌଣସି ସୂଚନା ମିଳିନାହିଁ। ପୋଲିସ କହୁଛି ତାଙ୍କୁ ଦିନ ୨ଟାରେ ମାରିଦିଆଯାଇଛି। ହେଲେ ତାଙ୍କ ମାଆ କହୁଛନ୍ତି ସେ ରାତି ୮ଟାରେ ତାଙ୍କ ଝିଅ ସହ କଥା ହୋଇଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ କି, ପୋଲିସ ମିଛ କହୁଛି। ଏହି ଘଟଣାରେ ପୂରା ଷଡ଼ଯନ୍ତ୍ର ହୋଇଛି।

Advertisment

ଯେଉଁ ଗାଢିଆରୁ ହାଡ଼ ମିଳିଥିବା ପୋସିସ କହିଛି ତାହା ମମିତାଙ୍କର ବୋଲି ଆମେ କେମିତି ଜାଣିବା ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। କେବଳ ଏତିକି ନୁହେଁ ବରଂ କହିଛନ୍ତି ଯେ, ନିଆଁରେ ପାଉଁଜି ଓ ସୁନା ଚେନ୍‌ କେମିତି ଜଳିଲା ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକସେବା ଭବନକୁ ଅବାଧରେ କେମିତି ଗୋବିନ୍ଦ ସାହୁ ପଶୁଥିଲେ ସେନେଇ ଶାସକ ଦଳ ମୁହଁ ଖୋଲିବା ଦରକାର ବୋଲି ଲେଖାଶ୍ରୀ କହିଛନ୍ତି। କେବଳ ଏତିକି ନୁହେଁ ସେ ବ୍ୟକ୍ତି ଜଣକ ନବୀନ ନିବାସ ପର୍ଯ୍ୟନ୍ତ କେମିତି ଯାଉଥିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ।

BJP Odisha Police Accused Gobinda Sahu Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ