Advertisment

୧୫ରେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ, ହେଲେ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଅଦ୍ୟତନ ହୋଇଛି
୧୫ରେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

Odisha Bandh

Advertisment

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ। ହେଲେ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହୋଇଛି। ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ତେଣୁ ବାମ ଦଳର ଡାକରାକୁ ଦଳ ସମର୍ଥନ କରିବ ବୋଲି ପିସିସି ସଭାପତି କହିଛନ୍ତି।

Advertisment

ଅନ୍ୟପକ୍ଷେ, ତୈଳ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସ ପ୍ରତିବାଦ କରିଛି। ପେଟ୍ରୋଲ, ଡିଜେଲ ଓ ଖାଇବା ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଛି। ସକାଳେ ଖଣ୍ଡଗିରିରୁ ସାଇକେଲ୍ ଶୋଭାଯାତ୍ରା କରାଯାଇଥିଲା। ପେଟ୍ରୋଲ ଦର ଯେଭଳି ଭାବେ ବୃଦ୍ଧି ପାଉଛି, ସେଥିରେ ଗାଡ଼ି ଚଲାଇବା ଆଉ ସମ୍ଭବ ହେଉନଥିବା ଯୁବ କଂଗ୍ରେସ କହିଛି। 

Advertisment

ସେପଟେ ଦରଦାମ ବୃଦ୍ଧିକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗ୍ୟାସ ସିଲିଣ୍ଡର ରଖି ପ୍ରତିବାଦ କରିଛି ଜିଲ୍ଲା ମହିଳା କଂଗ୍ରେସ। ଏହାସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ ଓ ଶ୍ଲୋଗାନ ଦେଇଥିଲେ କଂଗ୍ରେସ କର୍ମୀ। ସାରା ଦେଶରେ ରନ୍ଧନ ଗ୍ୟାସ, ତୈଳ, ଡାଲି ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ତା’ ଉପରେ ଲଗାମ ଲଗାଇ ପାରୁନାହାନ୍ତି ସରକାର। ତେଣୁ ଗରିବ ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛି ମହିଳା କଂଗ୍ରେସ। ଦୀର୍ଘ ସମୟ ଧରି ଜିଲ୍ଲା ମହିଳା କଂଗ୍ରେସ ଆନ୍ଦୋଳନ କରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Odisha Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ