Advertisment

ଆବ୍‌ସେଣ୍ଟ ନବୀନ ! ମୁଖ୍ୟମନ୍ତ୍ରୀ ବେଳେ ଯାହା, ବିରୋଧୀ ଦଳ ନେତା ପରେ ବି ତାହା...

ବିଜେଡି ବିଧାୟକଙ୍କୁ ନବୀନଙ୍କ ଟ୍ୟୁସନକୁ ନେଇ ବର୍ଷିଲା ଶାସକ ଦଳ ।

undefined

Naveen Patnaik

Advertisment

ବିଧାନସଭାରେ ନବୀନ ଆବସେଣ୍ଟ୍ । ହେଲେ ନିଜ ଦଳର ନୂଆ ବିଧାୟକଙ୍କୁ ପଢାଇଛନ୍ତି ପାଠ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେମିତି, ବିରୋଧୀ ଦଳ ନେତା ହେବା ପରେ ବି ସେମିତି ଆଚରଣ । ଗୃହକୁ ଆସୁନାହାଁନ୍ତି ନବୀନ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

Advertisment

ସେପଟେ କିନ୍ତୁ ଗତକାଲି ନବୀନ ନୂଆ ବିଧାୟକଙ୍କୁ ବିଧାନସଭା ଆଚରଣ ବିଧି ସମ୍ପର୍କରେ ପାଠ ପଢାଇଛନ୍ତି। ଗୃହ ଚାଲୁଥିବା ସମୟରେ ଉପସ୍ଥିତ ରହିବାକୁ ବି ପରାମର୍ଶ ଦେଇଛନ୍ତି। ଯାହାକୁ ତୀବ୍ର ସମାଲୋଚନା କରିଛି ଶାସକ ଦଳ। ପ୍ରଶ୍ନ କରିଛି ବିଧାନସଭାକୁ ନିଜେ ଆସୁ ନଥିବା ନବୀନଙ୍କ ଠାରୁ ନୂଆ ବିଧାୟକ ଶିଖିବେ କଣ ? ଏଥିସହ ବିଧାନସଭା ତାଲିମ ଶିବିରକୁ ବୟକଟ୍ କରି ଦଳୀୟ ଭିତ୍ତିରେ ପ୍ରଶିକ୍ଷଣ ଦେବା କେତେ ଯୁକ୍ତି ସଙ୍ଗତ ବୋଲି ବି ପ୍ରଶ୍ନ କରିଛି। 

୨୪ ବର୍ଷ ପରେ ବିଜେଡିକୁ ବଡ଼ ଝଟକା ଲାଗିଛି ସାଧାରଣ ନିର୍ବାଚନରେ। ଦଳକୁ ସଂଗଠିତ କରିବାକୁ ନବୀନ ନିବାସରେ ଘନ ଘନ ବୈଠକ କରୁଛନ୍ତି ବିଭିନ୍ନ ସଂଗଠନ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ। କିନ୍ତୁ ବିଧାନସଭାକୁ ନିୟମିତ ଆସୁନାହାଁନ୍ତି। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ନବୀନ ବିରୋଧୀ ଦଳ ସିଟରେ ବସି କିଛି ଦିନ ପାଇଁ ଉପସ୍ଥାନ ପକାଇଥିଲେ । କିନ୍ତୁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନକୁ ଏଯାଏ ଜମା ବି ଆସିନାହାଁନ୍ତି।

Advertisment

ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ବିଧାନସଭାକୁ ଆସୁନଥିବାରୁ ବିଜେପି ଅଭିନବ ପ୍ରତିବାଦ ସ୍ୱରୂପ ନବୀନ ନିବାସ ଭେଟିବାକୁ ଯାଇଥିଲା। ଆଉ ଏବେ ବି ସମାନ ପରିସ୍ଥିତି। ରାଜନୈତିକ ସମୀକ୍ଷକଙ୍କ ମତ ନବୀନ ନିଜେ ନୂଆ ବିଧାୟକଙ୍କ ପାଇଁ ଉଦାହରଣ ସାଜିବା କଥା। ତାହା ନକରି କେବଳ ପାଠ ପଢାଇବାର ମାନେ କିଛି ନାହିଁ।

ନବୀନଙ୍କ ବିଧାନସଭା ଉପସ୍ଥାନ ଆଉ ବିଧାୟକଙ୍କୁ ଦଳ ଭିତ୍ତିରେ ପ୍ରଶିକ୍ଷଣ ବିଜେଡିର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି। ତେବେ ଦେଖିବାର କଥା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭାକୁ କେଉଁ ଦିନ ଆସୁଛନ୍ତି ବିରୋଧୀ ଦଳ ନେତା।

Advertisment

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ