Advertisment

ଭାଇରାଲ୍‌ ହେଉଛି ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଭିଡିଓ

ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍‌ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା।

ଅଦ୍ୟତନ ହୋଇଛି
Last video of ZP member Dharmendra Sahoo goes viral

Last video of ZP member Dharmendra Sahoo goes viral

Advertisment

ଗୋଟିଏପଟେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍‌ ହୋଇଛି।ଯେଉଁଥିରେ ସେ ନିଜ ରାଜନୈତିକ ଓ ପାରିବାରିକ କଥା କହୁଥିବା ଦେଖିବାକୁ ମିଳିଛି।

Advertisment

ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍‌ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ନଜର ଆସିଛି। ତାଙ୍କ ନାଁରେ ମିଛ କଥା ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ଏହାସହ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ମଧ୍ୟ ସେ ଭାଇରାଲ୍‌ ଭିଡିଓରେ କହିଛନ୍ତି। 

‘ମୋ ନାଁରେ ଉଠିଥିବା ଗୁଜବ ଖବର ଉପରେ କିଏ ପ୍ରମାଣ ଦେଇ ଦେଲେ, ମୋତେ ଆଉ ରାଜନୀତି କି ସାମାଜିକ କ୍ଷେତ୍ରରେ ଦେଖିବାକୁ ପାଇବେନି। ରାଜନୀତି ପାଇଁ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ଏସବୁ ଖୁବ୍‌ ଶୀଘ୍ର ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବି’ ବୋଲି ଭାଇରାଲ୍‌ ଭିଡିଓରେ ଧର୍ମେନ୍ଦ୍ର କହିଛନ୍ତି। 

Advertisment

ଅନ୍ୟପକ୍ଷେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ତାଙ୍କ ଶ୍ୱଶୁର କହିଛନ୍ତି ଯେ, ‘ସେ(ଧର୍ମେନ୍ଦ୍ର ସାହୁ) ମୋ ଝିଅକୁ ବହୁତ ଟର୍ଚର କରୁଥିଲା। ତାଙ୍କୁ ଖାଲି ଟଙ୍କା ଦରକାର ହେଉଥିଲା।’

ସୂଚନାଥାଉ କି, ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ। ତେବେ ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ।

Advertisment
BJD Leader BJD Leader Found Dead BJD Leader Dharmendra Sahoo Death BJD Zilla Parishad Member Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ