Advertisment

ସରିଲା ବିଧାନସଭା; ଗୋଟିଏ ଫ୍ରେମ୍‌ରେ ଶାସକ-ବିରୋଧି, ଭାବବିହ୍ଵଳ ହେଲେ ସୁର

୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ।

undefined

Odisha Assembly

Advertisment

ସରିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ୨ଟି କାର୍ଯ୍ୟଦିବ ପୂର୍ବରୁ ଆଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏଇ ଶେଷ ଅଧିବେଶନ ଆସନ୍ତା ୧୩ ତାରିଖ ଯାଏଁ ଚାଲିବାର ଥିଲା। ତେବେ ୫ ଦିନ ଭିତରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ କାଲି ଲକ୍ଷେ ୧୮ ହଜାର କୋଟିର କାମଚଳା ବଜେଟ୍ ଆଗତ ହୋଇଥିଲା।

Advertisment

ଅପରପକ୍ଷେ ଆଜି ଶେଷ ଦିନରେ ବିଧାନସଭାରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ। ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ ଆଉ ବିରୋଧୀ। ସେହିପରି ଲମ୍ବା ସମୟ ଧରି ୬ରୁ ୭ ଥର ବିଧାନସଭାକୁ ଆସିବା ପରେ, ଆଜି ଶେଷ ଦିନରେ ଆଗକୁ ଆଉ ନଲଢ଼ିବାକୁ ଥିବା କିଛି ବିଧାୟକ ଭାବବିହ୍ୱଳ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା।

୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ। ଓଡ଼ିଶା ରାଜନୀତିରେ ଘରେ ଘରେ ପରିଚିତ ଚେହେରା। ଆଜି ବିଧାନସଭାରେ ପହଞ୍ଚିବା ବେଳେ ଭାବବିହ୍ୱଳ ହୋଇ ଯାଇଥିଲେ ସୁର। ଗଣତନ୍ତ୍ରର ମନ୍ଦିର ବିଧାନସଭାକୁ ମୁଣ୍ଡିଆ ମାରି ପ୍ରବେଶ କଲେ। ଆଉ ଭାବବିହ୍ୱଳ ହୋଇ କହିଲେ ଆଜି ଶେଷ, ଆଉ ଆସିବେନି ବିଧାନସଭା। ଆଗକୁ ମୋ ଦୁଇ ପୁଅ ନିର୍ବାଚନ ଲଢ଼ି ବିଧାନସଭା ଆସିବେ। କିନ୍ତୁ ବିଧାନସଭାର ପ୍ରତି ମୂହୁର୍ତ୍ତ ମନେ ପଡ଼ିବ।

Advertisment

ସେହିପରି ବୀରମହାରାଜପୁରରୁ ବିଜେଡି ବିଧାୟକ ପଦ୍ମନାଭ ବେହେରା ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ଉଭୟ ପାଞ୍ଚଥରର ବିଧାୟକ। ଉଭୟେ ୨୪ରେ ନିଜ ନିଜ ପୁଅଙ୍କୁ ରାଜନୀତିରେ ଓହ୍ଲାଇବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କ ପାଇଁ ବି ହୁଏତ ଏହା ଶେଷ ଅଧିବେଶନ ହୋଇପାରେ। ସେହିପରି ପରଜଙ୍ଗର ବିଧାୟକ ନୃସିଂହ ଚରଣ ସାହୁ। ସେ ବି ପାଞ୍ଚ ଥର ବିଧାନସଭାକୁ ଆସିଛନ୍ତି। ତାଙ୍କର ବି ହୁଏତ ଏହା ଶେଷ ବିଧାନସଭା ହୋଇପାରେ। କିନ୍ତୁ ଟିକେଟ ମିଳିଲେ ପୁଣିଥରେ ସେ ବିଧାନସଭା ଆସିବେ ବୋଲି କହିଛନ୍ତି। ସେହିପରି ଆଉ ନିର୍ବାଚନ ଲଢ଼ିବିନି କିନ୍ତୁ ରାଜନୀତି କରିବି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଅନ୍ୟପଟେ ବୟସାଧିକ୍ୟ କାରଣ ପାଇଁ ଶାରୀରିକ ସମସ୍ୟା ସତ୍ତ୍ୱେ ବି ବିଧାନସଭା ମୋହ ଛାଡ଼ି ପାରିନାହାନ୍ତି ବାଲେଶ୍ୱରର ଦୁଇ ବିଧାୟକ। ଭୋଗରାଇ ବିଧାୟକ ଅନନ୍ତ ଦାସ ଆଉ ବସ୍ତାର ବିଧାୟକ ନିତ୍ୟାନନ୍ଦ ସାହୁ। ଶେଷ ଅଧିବେଶନର ପ୍ରତ୍ୟେକ ଦିନ ବିଧାନସଭାରେ ପ୍ରେଜେଣ୍ଟ ପକାଇଛନ୍ତି ଏହି ଦୁଇ ବିଧାୟକ। ଚର୍ଚ୍ଚା ହେଉଛି ଆସନ୍ତା ନିର୍ବାଚନରେ ଦୁଇ ନେତାଙ୍କ ଟିକେଟ କାଟିପାରେ ଦଳ। ସେହିପରି ଚିକିଟି ବିଧାୟିକା ଉଷାଦେବୀ ଓ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ ବି ଆଗକୁ ଲଢ଼ି ନପାରନ୍ତି ନିର୍ବାଚନ।

Advertisment

ଏପଟେ ଆଜି ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ ଆଉ ବିରୋଧୀ। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାନସଭାର ସବୁ ସଦସ୍ୟ ଫଟୋ ଉଠାଇଥିଲେ। କେବଳ ସେତିକି ନୁହେଁ ଚଳିତ ସରକାର ଅମଳରେ ବିଧାନସଭାର ଶେଷ ସ୍ମୃତିକୁ ଧରି ରଖିବାକୁ ବିଧାୟିକାମାନେ ବି ଏକାଠି ଫଟୋ ଉଠାଇଥିଲେ।

Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ