Advertisment

ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ CBI ଚାର୍ଜସିଟ୍

ସିବିଆଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଡଭୋକେଟ ଡି.ପି ସିଂଙ୍କ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦିଆଯାଇଛି ।

ଅଦ୍ୟତନ ହୋଇଛି
Land for job scam

Land for job scam

Advertisment

ଜମି ବଦଳରେ ରେଲୱେରେ ଚାକିରି ମାମଲାରେ CBI ଚାର୍ଜସିଟ୍ କରିଛି । ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ CBI ଚାର୍ଜସିଟ୍ ଦାଖଲ କରିଥିବା ସୂଚନା ମିଳିଛି । ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ତେଜସ୍ୱୀ ଯାଦବ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ରହିଥିବା ବେଳେ ତାଙ୍କ ନାଁରେ ମଧ୍ୟ ଚାର୍ଜସିଟ୍ କରିଛି CBI ।

Advertisment

ସିବିଆଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଡଭୋକେଟ ଡି.ପି ସିଂଙ୍କ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦିଆଯାଇଛି । ପୂର୍ବରୁ ଏକ ଚାର୍ଜସିଟ ଦାଖଲ କରାଯାଇଥିଲେ ହେଁ ଏହି ମାମଲା ଏକ ଭିନ୍ନ ମୋଡ ନେଇଛି ।

ଲାଲୁ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଥିବା ପ୍ରତିବନ୍ଧକକୁ ଅପେକ୍ଷା କରାଯାଇଥିବା କୋର୍ଟଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।

Advertisment
CBI Chargesheet Lalu Prasad Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ