Advertisment

ବଦଳିବ ଲକ୍ଷ୍ମୀ ବସ୍ ନାଁ; ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଖତ ଖାଉଛି ଲକ୍ଷ୍ମୀ ବସ୍। କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍‌ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ।

ଅଦ୍ୟତନ ହୋଇଛି
New Bus Scheme

New Bus Scheme

Advertisment

ଖୁବଶୀଘ୍ର ପରିବର୍ତ୍ତନ ହେବ ଲକ୍ଷ୍ମୀ ବସର ନାଁ। ନୂଆ ବସ ନାଁ ରହିବ ମୁଖ୍ୟମନ୍ତ୍ରୀ ବସ୍ ସେବା। ଏହା କହିଛନ୍ତି ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେହିପରି ରଥଯାତ୍ରା ଅବସରରେ ସବୁ ବ୍ଲକରୁ ବସ୍ ଗଡିବ ବୋଲି ସେ ସୂଚନା ଦେଇଛନ୍ତି। ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯିବ ଏହାର ଘରୋଇକରଣ ପରିଚାଳନାରେ ପୂର୍ଣ୍ଣଛେଦ ପଡିବ ବୋଲି ମନ୍ତ୍ରୀ କହିଛନ୍ତି। ଖଣିଜ ସମ୍ପତ୍ତିରୁ ଉତ୍ପାଦ ସମସ୍ତ ଓଡିଶାବାସୀଙ୍କ ଉନ୍ନତିରେ ଲାଗିବ ବୋଲି ସେ କହିଛନ୍ତି।

Advertisment

ଖତ ଖାଉଛି ଲକ୍ଷ୍ମୀ ବସ୍। କୋଟି କୋଟି ଟଙ୍କାରେ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ। ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢିଚାଲିଛି। ତେଣୁ ଏ ଯୋଜନା ଓ ସେବା ଆଉ ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଲକ୍ଷ୍ମୀ ବସ୍ ସେବା ନୂଆ ନାଁରେ ଆଗକୁ ବଢ଼ିବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପରିବହନ ମନ୍ତ୍ରୀ।

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାକୁ ୨୦୨୩ ନଭେମ୍ବରରେ ଆସିଥିଲା ମୋଟ୍ ୪୧ଟି ଲକ୍ଷ୍ମୀ ବସ୍।

Advertisment

ପରେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ଫେବ୍ରୁଆରୀରେ ଆସିଥିଲା ଆଉ ୮ଟି ଏସି ବସ୍। ଆଶ୍ଚର୍ଯ୍ୟର ବିଷୟ, ସେବେଠୁ ଏହି ବସ୍‌ ଗୁଡ଼ିକ ସେବାରେ ଲାଗିନି। ନବରଙ୍ଗପୁର ରିଜର୍ଭ ପୋଲିସ ପଡ଼ିଆରେ ଖୋଲା ଆକାଶ ତଳେ ସେମିତି ଖତ ଖାଉଛି। ସମାନ ଦୃଶ୍ୟ, ଜୟପୁରସ୍ଥିତ ନୂଆ ବସ୍ ଟର୍ମିନାଲର। ଏଠି ବି ଲକ୍ଷ୍ମୀ ବସ୍ ଯୋଜନାରେ ଆସିଥିବା ୧୨ଟି ଏସି ବସ୍ ଆଜି ଯାଏଁ ଚଳାଚଳ ନକରି ପଡ଼ିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ