Advertisment

ବସ୍ ସେବା ଦିଆଯିବ ହେଲେ ନାଁ ବଦଳିପାରେ କହିଲେ ମନ୍ତ୍ରୀ..!

ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ।ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
LAccMI Bus Name May Get Changed: Odisha Transport Minister Bibhuti Jena

Laccmi BUS

Advertisment

ବଦଳିବ କି ଲକ୍ଷ୍ମୀ ବସର ନାଁ। ଲକ୍ଷ୍ମୀ ବସ୍ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ କହିଛନ୍ତି ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ତେବେ ଲୋକଙ୍କୁ ବସ୍ ସେବା ଜାରି ରହିବ, ଏ ପ୍ରତିଶ୍ରୁତି ଦେଉଛୁ। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ୍ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯାଉଛି।

Advertisment

ଯେଉଁ ବସ ସେବା ନାଁରେ ହେଉ ପଛେ ଲୋକମାନଙ୍କୁ ବସ୍ ସେବା ଯୋଗାଇ ଦିଆଯିବ। ନାଁ ବଦଳିପାରେ, ନାଁ ରେ କଣ ଅଛି, ସେବା ମିଳିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି। OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିବା ପରେ ଏହା କହିଛନ୍ତି। ଏହି ଅବସରରେ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ୍ ସେବା।

ପଢନ୍ତୁ ଏହି ଖବର: ଆସିଲା ବଡ଼ ଖବର, ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟରୁ ଗଡ଼ିବ ବସ୍

Advertisment

ଅଯୋଧ୍ୟା, ତିରୁପତି, ମହାକାଳେଶ୍ବର, ବାରାଣସୀ ଓ ବୃନ୍ଦାବନକୁ ଗଡିବ ବସ୍। ପୁରୀ, ଭୁବନେଶ୍ୱରର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ବସ୍ ଚାଲିବ। ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି। ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ।ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବ ସରକାର ଦ୍ୱାରା ଏହି ଲକ୍ଷ୍ମୀ ବସ୍‌ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ ବୋଲି କୁହାଯାଇଥିଲା। ଏହି ଯୋଜନାରେ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ମଧ୍ୟ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଥିଲା । ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ