Jayram Pangi Joins Congress
ଶେଷରେ ହାତ ଧରିଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । ଆଜି କଂଗ୍ରେସରେ ଯୋଗଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଙ୍ଗି ଦଲର ହାତ ଧରିଛନ୍ତି । ଏହି ଅବସରରେ ଦଲର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ ।
ଏହାପୂର୍ବରୁ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ପାର୍ଟିରେ ମିଶିଥିଲେ । ତେବେ ତା’ପୂର୍ବରୁ କୋରାପୁଟରୁ ବିଜେଡି ଟିକେଟରେ ସେ ସାଂସଦ ନିର୍ବଚିତ ହୋଇଥିଲୋ ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701516046.jpg)