Know The Last Talking Between Naba Das And His Daughter
‘ଦୀପାଳି ତୁ ଶୀଘ୍ର ପଳାଇ ଆସେ।’ ହତ୍ୟାକାଣ୍ଡର ଦିନକ ପୂର୍ବରୁ ଝିଅ ଦୀପାଳୀଙ୍କୁ ଏଭଳି କହି ଡାକିଥିଲେ ଦିବଙ୍ଗତ ବିଧାୟକ ନବ ଦାସ। ଏହା କହିଛନ୍ତି ନବ ଦାସଙ୍କ ଝିଅ ଦୀପାଳି। ଗତ ୨୮ ତାରିଖରେ ନବ ଦାସ ଝିଅ ଦୀପାଳିଙ୍କୁ ଫୋନ କରି କହିଥିଲେ କି ତୁ ଶୀଘ୍ର ପଳାଇ ଆସେ। ଦୀପାଳିି ବିଦେଶରେ ଥିବାରୁ ତାଙ୍କୁ ଶୀଘ୍ର ଆସିବାକୁ କହିଥିଲେ ନବ।
୨୮ ତାରିଖରେ ହୋଇଥିବା ସେହି କଥାବାର୍ତ୍ତା ବାପା-ଝିଅଙ୍କ ମଧ୍ୟରେ ଶେଷ କଥା ବୋଲି ଦୀପାଳି କହିଛନ୍ତି। ହେଲେ କିଏ ଜାଣିଥିଲା, ଶେଷରେ ବିଧିର ବିଧାନ ଏୟା ଥିଲା ବୋଲି ଦୀପାଳି କହିଛନ୍ତି। ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ନେଇ ପ୍ରଶ୍ନରେ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ସେଇୟା ହେବ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଦୀପାଳି ଏହା କହିଥିଲେ।
ଅନ୍ୟପକ୍ଷେ, ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡର ତାତି ଦେଖିବାକୁ ମିଳିଛି। ଶୂନ୍ୟକାଳରେ ଉଭୟ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉଛି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି। ତେବେ ସସପେକ୍ଟ କିଏ ? କେଉଁ ପ୍ରକାର ଷଡ଼ଯନ୍ତ୍ର ହୋଇଛି ? ବ୍ୟବସାୟିକ ନା ବ୍ୟକ୍ତିଗତ ଷଡ଼ଯନ୍ତ୍ର ହୋଇଛି ସେ ଦିଗରେ ତଦନ୍ତ ହେଉଛି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ବିଜେପି ମଧ୍ୟ ଏହି ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରିଛି। କ୍ରାଇମବ୍ରାଞ୍ଚର ତଦନ୍ତକୁ ୪୩ ଦିନ ବିତିଥିଲେ ବି ରେଜଲ୍ଟ କିଛି ବାହାରିନଥିବାରୁ ତଦନ୍ତକାରୀସଂସ୍ଥା ବିଶ୍ୱସନୀୟତା ହରାଉଥିବା ବିଜେପି କହିଛି। ସେପଟେ ବିରୋଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ସେ କହିଛନ୍ତି, ବାରମ୍ବାର ଗୃହରେ ଏସମ୍ପର୍କରେ ଆଲୋଚନା ହୋଇଛି। ବିରୋଧୀଙ୍କ ଦାବି ମୁତାବକ ମୁଖ୍ୟମନ୍ତ୍ରୀ ବି ଗୃହରେ ଉତ୍ତର ରଖି ସାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1678699176.jpg)