‘ବାପିଙ୍କ ମୁଣ୍ଡରେ ମଉସା ଠେଙ୍ଗା’

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

Congress Leader Bapi Sarkhel

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। ମଉସା ହେଲେ ଦାମ ବାବୁ। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

ପ୍ରଶ୍ନ- ଆଗକୁ କ’ଣ ଆଉ କଂଗ୍ରେସରେ ଛିଡ଼ା ହେବେ ନାହିଁ କି ? 
ବାପି ସର୍ଖେଲ- ବର୍ତ୍ତମାନ ଏହା କହିବା ସମ୍ଭବପର ନୁହେଁ। ଏଥିପାଇଁ ବହୁତ ଦିନ ବାକି ଅଛି। ପାରାଦୀପରେ ଯେଉଁ କାର୍ଯ୍ୟକ୍ରମ ହେବ ‘ଆମ ପାରାଦୀପ, ଆମ ପ୍ରଗତି’ ବ୍ୟାନରରେ ହେବ। ଏହା କୌଣସି ରାଜନୈତିକ ଦଳର ବ୍ୟାନରରେ ହେବ ନାହିଁ।

ପ୍ରଶ୍ନ- ଆଗାମୀ ଦିନରେ ପାରାଦୀପରେ ରାଜନୈତିକ ଦବ୍‌ଦବା ଯଦି ରୁହେ, ତା’ହେଲେ ବାପି ବନାମ ବାପି...ଅର୍ଥାତ୍‌ ବାପି ସର୍ଖେଲ ବନାମ ବାପି ରାଉତ...ହୁଏତ ବାପି ସର୍ଖିଲ ଓଭରଟେକ୍‌ କରିପାରନ୍ତି ?
ବାପି ସର୍ଖେଲ- ଏସବୁ ମହାପ୍ରଭୁ ଜଗନ୍ନାଥଙ୍କ ହାତରେ।