Advertisment

୧୦ ବର୍ଷ ହେଲାଣି ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲେନି, ଏବେ ନିଜେ ସରପଂଚ ପ୍ରାର୍ଥୀ ହେଲେ। କହିଲେ...

ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍‌ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି

ଅଦ୍ୟତନ ହୋଇଛି
Woman Runs For Sarpanch

Woman Runs For Sarpanch

Advertisment

ଚର୍ଚ୍ଚାରେ ଏବେ କେନ୍ଦୁଝର ପଦ୍ମପୁର ସରପଂଚ ପ୍ରାର୍ଥୀନି। ଲଢେଇ କରିକରି ଖଣ୍ଡିଏ ଘର ପାଇଲେନି, ତେଣୁ ଏବେ ନିଜେ ହିଁ ସରପଂଚ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ସରପଂଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ବର୍ଷ ବର୍ଷ ଧରି ତାଙ୍କ ଶଶୁର ଓ ସେ ଗୁହାରୀ ହୋଇଥିଲେ। କହିଥିଲେ, ଖଣ୍ଡେ ଦିଅ ଘର। କିନ୍ତୁ ତାଙ୍କ କଥା ସରପଂଚ କି ପ୍ରଶାସନ କେହି ଶୁଣିଲେନି। ଆଉ ଘର ପାଇଁ ଏବେ ନୁହେଁ ବରଂ ୧୦ ବର୍ଷ ହେଲା ଚାଲିଥିଲା ଲଢେଇ।

Advertisment

ମତେ ତ ଘର ମିଳିଲାନି...ଏବେ ମୁଁ ସରପଂଚ ହେବି, ସରକାରୀ ଘର ଗରିବ ଲୋକଙ୍କୁ ଦେବି। କେନ୍ଦୁଝର ସଦର ବ୍ଲକ ପଦ୍ମପୁର ପଂଚାୟତର ଦେବଶ୍ରୀ ନାଏକ ଏଭଳି ଏକ ଅଦ୍ଭୁତ ଜିଦରେ ଏବେ ସରପଂଚ ପ୍ରାର୍ଥୀ ହେବା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ସ୍ୱାମୀ ରମାକାନ୍ତ ପାତ୍ର, ଶ୍ୱଶୁର ଈଶ୍ୱରୀ ପାତ୍ର, ଶାଶୁ ଯାତ୍ରୀ ପାତ୍ରଙ୍କ ସମେତ ଦୁଇ ଝିଅଙ୍କକୁ ନେଇ ପରିବାର। ସ୍ୱାମୀ ଗାଁ ଛକରେ ଅଟୋ ଚଳାଇ ପରିବାର ପୋଷନ୍ତି। ମାତ୍ର ଅଟୋ ଚଳାଇ ଯେତିକି ରୋଜଗାର କରନ୍ତି, ସେତିକିରେ ପରିବାର ଚଳେ ନାହିଁ। ସେଥିରେ ପୁଣି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ତୋଳିବା କଷ୍ଟ କର।

ତେବେ ସମସ୍ତଙ୍କୁ ଗୁହାରି ସତ୍ୱେ ଦେବଶ୍ରୀଙ୍କୁ ଘରଟିଏ ବି ମିଳିଲାନି। ଘରଟିଏ ନ ପାଇବାରୁ ସେ ଚଳିତ ପଂଚାୟତ ନିର୍ବାଚନରେ ନିଜେ ସରପଂଚ ହୋଇ ଘର ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏବେ ସରପଂଚ ପ୍ରାର୍ଥୀରେ ନାମାଙ୍କନ ବି ଭରିଛନ୍ତି ଆଉ ମାଛ ଚିହ୍ନରେ ଭୋଟ୍‌ ଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ଲୋକଙ୍କୁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ନିଜେ ଯେମିତି ଘର ଖଣ୍ଡିଏ ପାଇଁ ହଇରାଣ ହୋଇଥିଲେ ସେମିତି ଅନ୍ୟ କୌଣସି ଲୋକ ହଇରାଣ ନହୁଅନ୍ତୁ ବୋଲି କହୁଛନ୍ତି। କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ

Advertisment
Odisha Panchayat Elections Candidates In Limelight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ