Advertisment

ଓଡ଼ିଶାରେ ଏଣ୍ଟ୍ରି ମାରିବାକୁ KCRଙ୍କ ବ୍ଲୁ ପ୍ରିଣ୍ଟ୍, ନବନିର୍ମାଣ କୃଷକ ସଂଗଠନ ଦେଇପାରେ ସମର୍ଥନ...

BRS ଫୋକସ୍‌ରେ ଚାଷୀ ଭୋଟ୍ । ହାଇଦ୍ରାବାଦରୁ ଆନ୍ଦୋଳନ ପରିଚାଳନା ହେଉଥିବା ପରୋକ୍ଷରେ ସ୍ୱୀକାର ।

KCR's BRS

KCR's BRS

Advertisment

ରାଜ୍ୟ ରାଜନୀତିରେ ଧସେଇ ପଶିବ କି BRS ? ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେ.ଚନ୍ଦ୍ର ଶେଖର ରାଓଙ୍କ ଫୋକସ୍‌ରେ ଓଡ଼ିଶାର ଚାଷୀ । ଚାଷୀ ସମସ୍ୟାକୁ ମୁଦ୍ଦା କରି ୨୪ରେ ଓଡ଼ିଶା ଭୋଟ୍ ମଇଦାନକୁ ଓହ୍ଲାଇବ BRS । ଏଥିପାଇଁ ନବନିର୍ମାଣ କୃଷକ ସଂଗଠନକୁ ଆୟୁଧ କରିଛି ଦଳ । ସଂଗଠନର ମୁଖ୍ୟ ଅକ୍ଷୟ କୁମାର କିଛି ଦିନ ହେବ ହାଇଦ୍ରାବାଦରେ ଡେରା ପକାଇ କେସିଆରଙ୍କ ସହ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଥିବା ଜଣାପଡିଛିି । ଏମିତିକି କିଛିଦିନ ଧରି ରାଜ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଛରେ ବିଆରଏସର ପ୍ରମୁଖ ଭୂମିକା ଥିବା ଚର୍ଚ୍ଚା ହେଉଛି ।

Advertisment

ଓଟିଭିକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କୁମାର ବି କହିଛନ୍ତି କେସିଆରଙ୍କ ନାରା ଅବ୍ କି ବାର କିଷାନ ସରକାର ଏବଂ ତେଲେଙ୍ଗାନା ସରକାରଙ୍କ ପ୍ରୋ-ଫାର୍ମର ପଲିସି ପାଇଁ ତାଙ୍କ ସଂଗଠନ ରାଜ୍ୟରେ BRSକୁ ସମର୍ଥନ ଦେବ । ତେବେ ଏନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ଆସିଯିବ ବୋଲି ସେ କହିଛନ୍ତି । ଅପରପକ୍ଷେ କିଛି ଦିନ ତଳେ କେସିଆରଙ୍କୁ ଭେଟିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ପୁଅ ଶିଶିର ମଧ୍ୟ କହିଛନ୍ତି, ଚାଷୀ ପ୍ରସଙ୍ଗକୁ ନେଇ କେସିଆରଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି, କେସିଆର୍ ଓଡିଶାରେ ଆଣିବାକୁ ଚାହୁଁଥିବା ତେଲେଙ୍ଗାନା ମଡେଲର ପ୍ରାଥମିକତା ହେଉଛନ୍ତି ଚାଷୀ ।

ଗିରିଧାରୀ ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କଂଗ୍ରେସ ନେତା କୈଳାସ ମୁଖୀ । କେସିଆରଙ୍କ ସହ ଏମାନଙ୍କ ଭେଟଘାଟ ପଛରେ ସୂତ୍ରଧର ସାଜିଛନ୍ତି ଅକ୍ଷୟ କୁମାର । ଚର୍ଚ୍ଚା ହେଉଛି ଏବେ ବି ବିଭିନ୍ନ ଦଳର ଅନେକ ନେତା କେସିଆରଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେଣୁ BRSର ଚାଷୀ ଭୋଟ ବ୍ୟାଙ୍କ ଷ୍ଟ୍ରାଟେଜି ଦ୍ୱାରା ଓଡିଶାରେ କାହା ଭୋଟ୍ କମିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସର ଯୁକ୍ତି କିଛି ପ୍ରଭାବ ପଡ଼ିବନି ।

Advertisment

ତେଲେଙ୍ଗାନାରେ କେସିଆର ଚାଷୀଙ୍କୁ ଏକର ପିଛା ବାର୍ଷିକ ୧୦ ହଜାର ଟଙ୍କା ସହାୟତା ଦେଉଛନ୍ତି । ଏହା ସହ ଚାଷୀ ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟ ହେଲେ ମିଳୁଛି ୫ ଲକ୍ଷ ଟଙ୍କାର କ୍ଷତିପୂରଣ । ଚର୍ଚ୍ଚା ହେଉଛି ଓଡିଶା ସରକାରଙ୍କ କାଳିଆ ଆଉ କେନ୍ଦ୍ରର ପିଏମ୍ କିଷାନକୁ କାଉଣ୍ଟର କରି ୨୪ରେ ଏସବୁକୁ ନିର୍ବାଚନୀ ମେନିଫେଷ୍ଟୋରେ ରଖିପାରେ BRS ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ