Advertisment

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଚଉକି ଟଣାଭିଡ଼ା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ କିଏ? ସିଦ୍ଧରମୈୟା ନା ଶିବକୁମାର? କାହା ମୁଣ୍ଡରେ ସୁନାକଳସ ଦେବେ ଖଡଗେ? ତେବେ ଏଭଳି କଳ୍ପନାଜଳ୍ପନା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା।

ଅଦ୍ୟତନ ହୋଇଛି
Siddaramaiah Vs Shivakumar

Karnataka CM tussle

Advertisment

କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଅଭୁତପୂର୍ବ ସଫଳତା ମିଳିଛି । ମ୍ୟାଜିକ୍‌ ନମ୍ବର ପାର୍ କରିଥିବାରୁ ଏଥର କର୍ଣ୍ଣାଟକରେ କଂଗ୍ରେସ ସରକାର କରିବ । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ? ତାହାକୁ ନେଇ କଂଗ୍ରେସ ଦଳରେ ସ୍ୱାଭାବିକ ଭାବରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ରାଜ୍ୟର ୨ ଟାଣୁଆ ନେତା ସିଦ୍ଧରମୈୟା ଓ ଶିବକୁମାରଙ୍କ ମଧ୍ୟରୁ ଜଣେ କିଏ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚତ । ହେଲେ କିଏ ହେବେ? ତାହାକୁ ନେଇ ଦିଲ୍ଲୀରେ ଚାଲିଛି ମାନସମନ୍ଥନ ।

Advertisment

ବୃହତ ବିଜୟ ହେବା ପରେ ଦଳର ନେତାଏ ଖୁସି । ଦିଲ୍ଲୀଠୁ ପଲ୍ଲୀ ସବୁଠି ସେଲିବ୍ରେସନ୍‌ ଚାଲିଛି । ହେଲେ ମୁଖ୍ୟମନ୍ତ୍ରୀ ପଦ କାହାକୁ ଦେଲେ ଠିକ୍‌ ହେବ ସେନେଇ ଏତେ ଶୀଘ୍ର ନିଷ୍ପତ୍ତି ନେବା ହାଇକମାଣ୍ଡଙ୍କ ପକ୍ଷରେ ସହଜ ହେବ ନାହିଁ ବୋଲି କହୁଛନ୍ତି ରାଜନୈତିକ ପଣ୍ଡିତ । ପ୍ରଚାର ବେଳେ ନେତାଏ ଏକ୍‌ ଥିବା କଂଗ୍ରେସ ସନ୍ଦେଶ ଦେଇଥିଲା କିନ୍ତୁ ଏବେ ଜିତିବା ପରେ ନୂଆ ନେତା ବାଛିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ସିଦ୍ଧରମୈୟା ଓ ଶିବକୁମାର ଉଭୟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଏନେଇ ପ୍ରଦର୍ଶନ ଓ ନାରାବାଜି ଆରମ୍ଭ ହୋଇଛି । ନାଁ ଘୋଷଣା ପୂର୍ବରୁ ଉଭୟଙ୍କ ମଧ୍ୟରେ ପୋଷ୍ଟର ୱାର ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି ଉଭୟଙ୍କ ସମର୍ଥକ । ଯାହା ଦଳୀୟ ନେତାଙ୍କ ଚିନ୍ତା ବଢାଇଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଦଳର ଶୀର୍ଷସ୍ତରର ନେତା ହିଁ ନିଷ୍ପତ୍ତି ନେବେ । ଏମିତିକି ଦିଲ୍ଲୀରୁ ଥରେ ଭର୍ଚୁଆଲ ମୁଡ୍‌ରେ ଆଲୋଚନ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ହେଲେ ରାଜନୈତିକ ଅଙ୍କକଷା ଏତେ ସହଜ ହୋଇନଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି । କିନ୍ତୁ ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି , ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହେବେ ଏବଂ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କିଛି ବଡ ବିଭାଗ ଶିବକୁମାରଙ୍କୁ ଦିଆଯାଇପାରେ । ଚର୍ଚ୍ଚା ଏତିକିରେ ସରିନି, ଉଭୟେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ବର୍ତମାନ ସୁଦ୍ଧା ନିଷ୍ପତି ହୋଇନାହିଁ କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ସିଦ୍ଧରମୈୟା ରାଜ୍ୟର ସବୁଠାରୁ ପୁରୁଖା ଓ ଅଭିଜ୍ଞ ନେତା ହୋଇଥିବାବେଳେ ଶିବକୁମାର କଂଗ୍ରେସର ସଙ୍କଟମୋଚକ ପରି କାମ କରିଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅଟକିଛି ।

Advertisment
Siddaramaiah Karnataka Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ