Advertisment

କଂଗ୍ରେସକୁ ବାୟ ବାୟ କହିଲେ ଜି-୨୩ର ବଡ଼ ଚେହେରା : ସପା ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କପିଲ ସିବଲ

ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିବଲ

ଅଦ୍ୟତନ ହୋଇଛି
kapil sibal

kapil sibal

Advertisment

କଂଗ୍ରେସକୁ ପୁଣି ଝଟକା । ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଦଳରୁ ଇସ୍ତଫା ଦେବାପରେ ସେ ସମାଜବାଦୀ ପାର୍ଟି ସହ ଯାଇଛନ୍ତି । ତେବେ ସେ ସମାଜବାଦି ପାର୍ଟିରେ ଯୋଗ ଦେଇନାହାନ୍ତି ।  ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ସିବଲ ସପା ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

Advertisment

ବୁଧବାର ଦିନ ତଥା ଆଜି ସେ ଲକ୍ଷ୍ନୌରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ଏହି ସମୟରେ ସେ କହିଛନ୍ତି, ୧୬ ମେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସିବଲଙ୍କ ନାମାଙ୍କନ ଦାଖଲ କରିବା ସମୟରେ ସପା ମୁଖ୍ୟ ଅଖିଳେଶ ଯାଦବ ଏବଂ ରାମ ଗୋପାଳ ଯାଦବ ଉପସ୍ଥିତ ଥିଲେ। ୨୦୧୬ରେ ମଧ୍ୟ କପିଲ ସିବଲଙ୍କୁ ତତ୍କାଳୀନ ସତ୍ତାରୂଢ଼ ସମାଜବାଦୀ ପାର୍ଟି ଦ୍ୱାରା ସମର୍ଥିତ କଂଗ୍ରେସ ପ୍ରାର୍ଥୀ ଭାବରେ ୟୁପିରୁ ରାଜ୍ୟସଭା ପାଇଁ ଚୟନ କରାଯାଇଥିଲା ।

ସିବଲ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ହୋଇଥିବା ବେଳେ, ମନମୋହନ ସିଂ ସରକାରରେ ଆଇନ, ବିଜ୍ଞାନ ଓ ମାନବ ସମ୍ବଳ ଭଳି ଏକାଧିକ ବିଭାଗ ମନ୍ତ୍ରୀ ଥିଲେ । ୧୯୯୮ରେ ସେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସୁନୀଲ ଝାଖଡ ଓ ଗୁଜୁରାଟର ଯୁବ ନେତା ହାର୍ଦ୍ଦିକ ପଟେଲ ହାତ ଶିବିର ଛାଡିଥିଲେ । ଏବେ ସିବଲ ହାତ ଛାଡିବା କଂଗ୍ରେସ ପାଇଁ ବଡ଼ ଝଟକା ବୋଲି ଚର୍ଚ୍ଚା ହେଉଛି । ଗାନ୍ଧୀ ପରିବାର ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଥିବା ଜି-୨୩ ଗୋଷ୍ଠୀର ପ୍ରମୁଖ ସଦସ୍ୟ ଥିଲେ ସିବଲ ।

Advertisment
Congress Kapil Sibal Samajwadi Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ