Advertisment

‘ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି, ଜଣେ ଦୁଇ ଜଣ ଆଇଏଏସ୍ ଅଫିସର ଦଳ ସମ୍ଭାଳିବେ’

‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’

ଅଦ୍ୟତନ ହୋଇଛି
Soumya Patnaik

Soumya Patnaik

Advertisment

ଆଜି ପୁଣି ଶର ମାରିଲେ ସୌମ୍ୟ । ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ କଡା ପ୍ରତିକ୍ରିୟା ରଖି ସୌମ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସିଏମ୍‌ଓ ରାଜ୍ୟସାରା ବୁଲୁଥିବା ପ୍ରଶ୍ନରେ ସୌମ୍ୟ କଡ଼ା ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି ବୋଲି ସେ ପଚାରିଛନ୍ତି । ସେ କେବଳ ଭିଡିଓ ବାର୍ତ୍ତାରେ କହିବେ ମୁଁ ୟାଙ୍କୁ ପଠାଉଛି ବୋଲି...। ମୁଁ ସେହି କଥା କହିଛି..ଆତ୍ମବିଭୋର ପ୍ରଶାସକ..ଅସହାୟ ରାଜନେତା.. ହେଲେ ସେକଥାର ଉତ୍ତର କେହି ଦେଉ ନାହାନ୍ତି । ଏପରିସ୍ଥଳରେ ନେତାମାନେ କାହିଁକି କହୁନାହାନ୍ତି... ସେମାନେ ଅସହାୟ, ତାଙ୍କ ଦ୍ୱାରା ଶାଗ ସିଝିବନି ।

Advertisment

ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି । କେବଳ ଜଣିଏ ଲୋକ ଅଛି, ତା ଉପରେ ସବୁ ଅଠା ଛିଡ଼ିଛି ?’ ସିଏମ୍‌ଓରୁ ଆଉ କିଏ ଯାଇଛି, ସେହି ଗୋଟିଏ ଲୋକ କଣ ସବୁ ବୁଝୁଛି । ୫ଟି ସଚିବ କ’ଣ ସେଇ ଗୋଟିଏ ଲୋକ ? ସରକାର, ଲୋକଙ୍କ କଥା ବୁଝୁଛି?’ ଏହା ସାଧାରଣ ଜନତାଙ୍କ ପାଇଁ ଏକ ଅପମାନଜନକ କଥା ନୁହେଁ କି ବୋଲି ସେ କହିଛନ୍ତି ।

ସେହପରି ପ୍ରତାପ ଦେବଙ୍କ ବୟାନ ପରେ ସୌମ୍ୟ କଡ଼ା ଜବାବ ରଖିକହିଛନ୍ତି, 5T ସଚିବ ରାଜନୀତି କରିପାରିବେନି। ‘ପ୍ରତାପ ଦେବ ରାଜାଘର ଲୋକ, ସେ ସମସ୍ତଙ୍କୁ ପ୍ରଜା ଭାବନ୍ତି । ‘ଆମର ଦୁର୍ବଳତା ଓ ତ୍ରୁଟି ଦର୍ଶାଇବା କଣ ଦଳ ବିରୋଧି କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ।

Advertisment

ସେ କହିଛନ୍ତି କେବଳ ହଁରେ ହଁ ଭରିବା ବ୍ୟକ୍ତି ମୁଁ ନୁହେଁ’। ‘ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେବା ଅସୁବିଧା କି?’ ବିଜେଡି ଦଳର ଅଫିସ୍ କୁ ୩ୟ ମହଲାରୁ ଚଲାଇଲେ ହେବ ନାହିଁ। ଅଫିସର ମାନେ କାହିଁକି ଦଳ କଥାରେ ମୁଣ୍ଡ ପୁରାଇବେ ? ଆମ ଦଳରେ କଣ ନେତା ନାହାନ୍ତି। ସେଇ ଗୋଟିଏ ଲୋକ କଣ ସିଏମଓ କଥା ବୁଝୁଛି କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ। ସମ୍ପାଦକୀୟ ଲେଖା ପାଇଁ ସୌମ୍ୟଙ୍କୁ ବିଜେଡି ନେତା ମନ୍ତ୍ରୀମାନେ ବାରମ୍ବାର ଟାର୍ଗେଟ୍ କରି ଆସୁଥିବା ବେଳେ ଆଜି ମନ୍ତ୍ରୀ ପ୍ରତାପ ଦେବ, ସୌମ୍ୟଙ୍କୁ ଦଳ ଛାଡ଼ି ସମାଲୋଚନା କରିବାକୁ ପରାମର୍ଶ ଦେଇଥିଲେ।...

Naveen Patnaik Pratap Deb Soumya Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ