କଳାହାଣ୍ଡି ରାଜନୀତିରେ କମ୍ପନ । ଜିଲ୍ଲାରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ । ଏବେ ଚର୍ଚ୍ଚା, ଜିଲ୍ଲାରେ ଜମି, ଖଣି, ବାଲି, ଛତୁଆ ଆଦି ମହାଦୁର୍ନୀତି ପଛରେ କିଏ ଥିଲେ ସେହି ରାଜ୍ୟସ୍ତରୀୟ ବିଜେଡି ନେତା ? କାହା ବଳରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା କଳାହାଣ୍ଡି ?
ପାର୍ଟି ଆଉ ପଦ ଛାଡ଼ି ମିଡିଆ ଆଗରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ପୂର୍ବ ବିଜେଡି ସରକାରର ପୋଲ୍ ଖୋଲିବା ପରେ କଳାହାଣ୍ଡି ରାଜନୀତିରେ କମ୍ପନ । କଳାହାଣ୍ଡି ଜିଲ୍ଲାରେ ଖଣି, ଜମି, ଛତୁଆ ଓ ଟେଣ୍ଡର ଫିକ୍ସିଂ ଭଳି ଦୁର୍ନୀତିରେ ସାମିଲ ଥିଲେ କେଉଁ ବିଜେଡି ନେତା? ବିଜେଡିର ଏମିତି କେଉଁ ରାଜ୍ୟସ୍ତରୀୟ ନେତା, ଯିଏ ଦଳର ରାଜ୍ୟସଭା ସାଂସଦଙ୍କୁ ଗୋଲାମଗିରି ପାଇଁ ବାଧ୍ୟ କରୁଥିଲେ? କାହା ଛତ୍ରଛାୟା ତଳେ ଲୁଚି ଜିଲ୍ଲାରେ ହରିଲୁଟ୍ କରୁଥିଲେ ଅସାଧୁ ଅଫିସର? ଦୀର୍ଘ ୧୨ ବର୍ଷ ଧରି ବିଜେଡିରେ ଖୁବ୍ ପ୍ରଭାବଶାଳୀ ଥିବା ଆଉ ଦଳର ରଣନୀତିକାର ଭାବେ କାର୍ଯ୍ୟ କରୁଥିବା ପୂର୍ବତନ ସାଂସଦ ସୁଜିତ୍ କୁମାରଙ୍କ ଏଭଳି ବିସ୍ଫୋରକ ବୟାନ ପରେ ରୋଚକ ହୋଇଛି କହାହାଣ୍ଡି ରାଜନୀତି।
ଏ ପ୍ରସଙ୍ଗରେ ଆଜି ଧର୍ମଗଡ଼ର ବିଜେପି ବିଧାୟକ ସୁଧିର ପାଟ୍ଟଯୋଶୀ ସାମ୍ନାକୁ ଆସି ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି ଖୋଲିଖୋଲି କହିଛନ୍ତି । ସୁଜିତ ଏବେ ଯେଉଁ ଅଭିଯୋଗ ଆଣିଛନ୍ତି, ବହୁ ପୂର୍ବରୁ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଥିବା ସେ କହିଛନ୍ତି । ଏମିତିକି
Also Read
ସେପଟେ ସୁଜିତ୍ ଏତେ ଦିନ ଯାଏଁ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଭବାନୀପଟାଣା ବିଧାୟକ ସାଗର ଦାସ କହିଛନ୍ତି, ଆଗରୁ ବିଜେଡିକୁ ନିୟନ୍ତ୍ରଣ କରୁଥିବା ଅଣଓଡ଼ିଆ ଅଫିସରଙ୍କ ପାଖ ଲୋକ ହିଁ ଏବେ ବିଜେପି ମୁହାଁ। ତେଣୁ ବିଜେପି ସହ ତାଙ୍କର ନିଶ୍ଚୟ କିଛି ଭିତିର ଲିଙ୍କ୍ ଅଛି କହି ତେରଛା ବାଣ ମାରିଛନ୍ତି ସାଗର । ବିଜେଡି ଛାଡ଼ିବା ପରେ ସୁଜିତ କଳାହାଣ୍ଡି ଜିଲ୍ଲାର ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହିତ କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ଇଂଗିତ କରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଠିକ୍ ସମୟରେ ପ୍ରମାଣ ଦେବା ସହ ସେମାନଙ୍କ ପୋଲ୍ ଖୋଲିବେ। ତେଣୁ ଚର୍ଚ୍ଚା, କଳାହାଣ୍ଡିରେ କୋଟି କୋଟି ଦୁର୍ନୀତିର କେବଳ ଟେଲର୍ ବଜାଇଥିବା ସୁଜିତ ସମ୍ପୂର୍ଣ୍ଣ ଫିଲ୍ମ କେବେ ସାମ୍ନାକୁ ଆଣୁଛନ୍ତି ।