jp-nadda
ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅଧିକ ପଢ଼ନ୍ତୁ: ଫୁଲ୍ ସସପେନ୍ସ ; ଫେରିଲେ ସସ୍ମିତ୍, କିନ୍ତୁ କହିଲେନି କିଛି
ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଆସନ୍ତାକାଲି ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ନଡ୍ଡା ପହଞ୍ଚିବେ। ପରେ ସେଠାରୁ ସିଧାସଳଖ କଟକ ଯିବେ। ସେଠାରେ କଟକର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ, ଏହାର ଉଦଘାଟନ ମଧ୍ୟ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ନେତା ମନ୍ତ୍ରୀ ଉପସ୍ଥିତ ରହିବେ। ପରେ ଏମ୍ସରେ ଏକ କାର୍ଯ୍ୟକ୍ରରେ ଯୋଗ ଦେଇପାରନ୍ତି ନଡ୍ଡା।
ସେହିପରି ୧୨ ତାରିଖରେ ପୁରୀ ଗସ୍ତରେ ଯିବେ ନଡ୍ଡା। ସେଠାରେ ବିଜେପି ପ୍ରଶିକ୍ଷଣ ଶିବିର ଉଦଘାଟନ କରିବେ। ଏଥିସହ କର୍ମଶାଳାରେ ବିଧାୟକ, ସାସଂଦ ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା। ଆୟୁଷ୍ମାନ ଭାରତ ଦ୍ୱାରା ରାଜ୍ୟରେ ୩ କୋଟି ୫୦ ଲକ୍ଷ ଏହାର ସୁବିଧା ପାଇବେ। ଆସନ୍ତକାଲି ଆୟୁଷ୍ମାନ ଭାରତ କାର୍ଡ ମଧ୍ୟ ବଣ୍ଟନ କରାଯିବ ବୋଲି ସୂଚନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jp_nadda_1744275918.jpg)