Advertisment

ଲୋକସେବାଠୁ ନୂଆ ଓ ସବୁଠି ସାମ୍ବାଦିକଙ୍କୁ ବ୍ୟାନ୍‌; ବିରୋଧି ପ୍ରଶ୍ନ କଲେ, ସରକାର ଏଡ଼ାଇ ଗଲେ

ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'।

ଅଦ୍ୟତନ ହୋଇଛି
undefined

Journalists

Advertisment

ସାମ୍ବାଦିକଙ୍କୁ ମନା ଓଡ଼ିଶା ସରକାରଙ୍କ ଦୂଆର। କୋଭିଡ୍ କଟକଣା ଆଳରେ ପ୍ରାୟ ୩ ବର୍ଷରୁ ଅଧିକ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନ ବା ସଚିବାଳୟକୁ ପ୍ରବେଶ ନିଷିଦ୍ଧ ଥିବା ବେଳେ, ଏବେ ନୂଆ ଓ କାର୍ଯ୍ୟକ୍ରମକୁ ବି ଯାଇ ପାରୁନି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ। କେଉଁଠି ହ୍ୱାଟସଆପ ଗ୍ରୁପରେ ଅର୍ଡର ବୁଲୁଛି, ତ କେଉଁଠି ସାମ୍ବାଦିକଙ୍କ ପାଇଁ ବନ୍ଦ ହୋଇଯାଉଛି ଗେଟ୍। ଏମିତି କରି ଉଭୟ ସାମ୍ବାଦିକ ଓ ଲୋକଙ୍କ ଅଧିକାରର କଣ୍ଠରୋଧ କରାଯାଉଥିବା ନେଇ ଅଭିଯୋଗ ଭିତରେ ଆଜି ପ୍ରସଙ୍ଗ ବିଧାନସଭାରେ ବି ଉଠିଛି।

Advertisment

ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'। ୩ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ଲାଗିଥିବା ନିଷେଧାଦେଶ ପ୍ରସଙ୍ଗ ଶେଷରେ ବିଧାନସଭା ପ୍ରବେଶ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସଚିବାଳୟକୁ ସାମ୍ବାଦିକଙ୍କୁ ପ୍ରବେଶ ସୁଯୋଗ ନଦେବା ଅନ୍ୟାୟ ଓ ଗଣତନ୍ତ୍ର ବିରୋଧୀ କହିଛନ୍ତି। ଏଥିସହ ପ୍ରତିବନ୍ଧକକୁ ହଟାଇ ସାମ୍ବାଦିକମାନଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ସେହିପରି ଅନ୍ୟ ରାଜ୍ୟରେ ସାମ୍ବାଦିକମାନଙ୍କୁ ପେନସନ୍ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ବି ତାହା ଲାଗୁ କରିବାକୁ ବି ଦାବି କରିଛନ୍ତି ନରସିଂହ।

କୋଭିଡ୍ ଆଳରେ ପ୍ରଥମେ ଲୋକସେବା ଭବନରେ କଟକଣା ଲଗାଇବା ପରେ ଧିରେ ଧିରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସାମ୍ବାଦିକଙ୍କ ପ୍ରବେଶ ଅଧିକାରକୁ ସଙ୍କୁଚିତ କରି ଚାଲିଛନ୍ତି ସରକାର। ଏମିତିକି, ନୂଆ ଓ କାର୍ଯ୍ୟକ୍ରମକୁ ବି ପଶିପାରୁନି ଗଣତନ୍ତ୍ରର ଚତୁର୍ଥସମ୍ଭ। ନଜର ପକାନ୍ତୁ ଗତ ୩୧ ତାରିଖରେ ଢେଙ୍କାନାଳ ଡିଆରପିଆରଓ ହ୍ୱାଟ୍ସଆପ୍ ଗ୍ରୁପରେ ପଡ଼ିଥିବା ଏ ମେସେଜ୍ ଉପରେ। ଯେଉଁଥିରେ ଫେବ୍ରୁଆରୀ ୧ ତାରିଖରେ ମହିମାଘଟସ୍ଥିତ ପଲ୍ଲିଶ୍ରୀ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଯୋଗ ନଦେବାକୁ କୁହାଯାଇଥିଲା।

Advertisment

ଖାଲି ସେତିକି ନୁହେଁ, ଗତ ୩୦ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପୁଆରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଫାଇଭ୍ ଟି ଅଧ୍ୟକ୍ଷ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଉଛନ୍ତି। ହେଲେ ଭିତରକୁ ସାମ୍ବାଦିକଙ୍କୁ ଛଡ଼ା ନଯାଇ ରାସ୍ତା ଉପରେ ସେମାନଙ୍କୁ ଅଟକାଯାଇଛି। ହାତରେ ବୁମ୍ ଓ କାନ୍ଧରେ କ୍ୟାମେରା ପକାଇ ଫାଟକ ବାହାରେ ଏମିତି ଅପେକ୍ଷା କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଏସବୁ ଘଟଣାକୁ ନେଇ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଲାଗି ରହିଥିଲା ବେଳେ ସରକାର କିନ୍ତୁ ନିଦାବିଷ୍ଣୁ।

ହେଲେ ଏଠି ପ୍ରଶ୍ନ, ସାମ୍ବାଦିକଙ୍କୁ ସରକାରୀ ଅନୁଷ୍ଠାନରେ ଓ ସରକାରୀ ଉତ୍ସବରେ ପୂରେଇ ଦିଆନଯିବାର କାରଣ କଣ ? ଗଣମାଧ୍ୟମର ଆଖି ଓ କ୍ୟାମେରାରୁ କଣ ବଞ୍ଚାଇବାକୁ ଏଭଳି ପ୍ରୟାସ ? କେଉଁ କାରଣ ପାଇଁ ସାମ୍ବାଦିକଙ୍କୁ ଲୋକଙ୍କ ଅନୁଷ୍ଠାନ ଲୋକସେବା ଭବନକୁ ଛାଡ଼ିବାକୁ ଡରୁଛନ୍ତି ସରକାର ? କଣ ଲୁଚାଇବାକୁ ଚାହୁଁଛନ୍ତି ? ସାମ୍ବାଦିକଙ୍କୁ ଖବର ସଂଗ୍ରହରେ ବାଧା ଦେବାର ନିର୍ଦ୍ଦେଶ କାହାର ? ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକଙ୍କ ଏ ଅଧିକାର ପ୍ରସଙ୍ଗ ଆଜି ବିଧାନସଭାରେ ଉଠିବା ପରେ ରାଜନୀତି ତେଜିଛି। ହେଲେ ଏତେସବୁ ପରେ ବି ସରକାର କେବେ ଚେତୁଛନ୍ତି, ସାମ୍ବାଦିକଙ୍କୁ କେବେ ମୁକ୍ତ ଖବର ସଂଗ୍ରହର ସୁଯୋଗ ମିଳୁଛି ଏବେ ତା ଉପରେ ନଜର।

Advertisment
Odisha Assembly Journalists Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ