Advertisment

ଆସନ୍ତାକାଲି ଝାରସୁଗୁଡ଼ା ଭୋଟ୍ ! ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା

EVM ଓ ଅନ୍ୟ ସରଞ୍ଜାମ ସହ ବୁଥ୍ ରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି

ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda bypoll

Advertisment

ପ୍ରଚାର ସରିଛି । ବୁଧବାର ଝାରସୁଗୁଡ଼ା ଭୋଟ୍ (Jharsuguda Bypoll) । ଏନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ସାଜ ସରଞ୍ଜାମ ସହ ପୋଲିଂ ପାର୍ଟି ବୁଥରେ ପହଞ୍ଚିଛନ୍ତି । ୧୦ ତାରିଖ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟିଂ। ଏଥିପାଇଁ ୨୫୩ଟି ମତଦାନ କେନ୍ଦ୍ର କରାଯାଇଛି । ସେଭିତରୁ ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି ।

Advertisment

ପ୍ରଥମଥର ପାଇଁ ସମସ୍ତ ୨୫୩ଟି ଯାକ ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଜିଲ୍ଲାପାଳ ଅଫିସ ଓ ସିଇଓଙ୍କ କାର୍ଯ୍ୟାଳୟରେ ବସି ସବୁ ବୁଥରୁ ଭୋଟ ଗ୍ରହଣ ସମୟର ଟିକିନିଖି ଦୃଶ୍ୟ ଦେଖି ହେବ। ମୋଟ୍ ୨୬ଟି ପିଙ୍କ ଓ ୪୦ଟି ମଡେଲ ବୁଥ୍ କରାଯିବା ସହ ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।....

ଭୋଟଗ୍ରହଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଉପନିର୍ବାଚନ ମୈଦାନରେ ଏଥର ମୋଟ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର।....

Advertisment

ସେପଟେ ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟଗ୍ରହଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପୂରା ନିର୍ବାଚନ ମଣ୍ଡଳୀକୁ ୫ଟି ଜୋନରେ ବିଭକ୍ତ କରାଯାଇଛି । ଓଡ଼ିଶା ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ସହ ୩ ଶହ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ ଏବଂ ପାଖାପାଖି ଶହେ ଜଣ ଅଫିସରଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ କରାଯାଇଛି ।

Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ